ବେଆଇନ ଚିଙ୍ଗୁଡ଼ିଘେରି ପ୍ରଶାସନ ଭ।ଙ୍ଗିଲ।

0
75

ଗଞ୍ଜାମ: ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ମାଁ ଗଙ୍ଗାଦେବୀ ନିକଟସ୍ଥ ପାଲୁରସାହେବ କେନାଲ ପାଶ୍ୱର୍ରେ ବେଆଇନ ଭାବେ ରହିଥିବା ବେନାମୀ ଚିଙ୍ଗୁଡ଼ିଘେରିକୁ ପ୍ରଶାସନ ପକ୍ଷରୁ ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଛି । ଗଞ୍ଜାମ ତହସିଲ୍ଦାର ଅବନୀ କୁମାର ସାହୁ,ଆସିଷ୍ଟାଣ୍ଟ ତହସିଲଦାର ସନାତନ ମହାଲିକ, ସଞ୍ଜୟ କୁମାର ସାମନ୍ତରା,ଫିସେରୀ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ବାଣୀ ନିର୍ମାଲ୍ୟ ରାଉତ, ସିଡ଼ିଏ କନିଷ୍ଠ ଯନ୍ତ୍ରୀ ଜଗବନ୍ଧୁ ସାହୁ ଓ ଗଜେନ୍ଦ୍ର ସାହୁ,ଗଞ୍ଜାମ ଥାନା ଅଧିକାରୀ ଅନୀଲ୍ କୁମାର ମହାନ୍ତି,ହୁମ୍ମା ଆର୍ଆଇ ସସ୍ମିତା ବେହେରା ଏବଂ ପୋଲିସ୍ ଫୋର୍ସ ଉପସ୍ଥିତିରେ ୨ ଟି ପ୍ରୋକଲିନ୍ ଦ୍ୱାରା ସାହେବ କେନାଲର ୫୦ ମିଟର ମଧ୍ୟରେ ଗଢ଼ି ଉଠିଥିବା ବେଆଇନ ବେନାମୀ ଚିଙ୍ଗୁଡ଼ି ଘେରିକୁ ଭଙ୍ଗାଯାଇଛି । ସୂଚନାଥାଉକି କିଛିବର୍ଷ ମଧ୍ୟରେ ଗଞ୍ଜାମ ବ୍ଲକ୍ର ମାଁ ଗଙ୍ଗାଦେବୀ ପୀଠ ପାଲୁରୁ ସାହେବ କେନାଲର ଦୁଇପାଶ୍ୱର୍ରେ ଚିଲିକା ମଧ୍ୟରେ ଶତାଧିକ ବେନାମୀ ଚିଙ୍ଗୁଡ଼ି ଘେରି ଗଢ଼ିଉଠିଥିଲା ।ଏହି ଘେରିଗୁଡିକରେ ବେନାମୀ ଚିଙ୍ଗୁଡ଼ିକୁ ଛଡ଼ାଯାଇ ସେଥିରେ ରାସାୟନିକ ଦ୍ରବ୍ୟ ଛଡ଼ାଯାଉଥିଲା । ପରବର୍ତ୍ତି ସମୟରେ ଚିଙ୍ଗୁଡ଼ି ଧରାଯିବା ପରେ ରାସାୟନିକ ମିଶ୍ରିତ ଜଳକୁ ସାହେବ କେନାଲ ମଧ୍ୟକୁ ଛଡ଼ାଯାଇଥିଲା । ସେହି ବିଷାକ୍ତ ଜଳ କେନାଲରେ ମିଶିବା ଯୋଗୁଁ ସାହେବ କେନାଲ ଓ ଋଷିକୂଲ୍ୟା ନଦୀରେ ମାଛ,ଚିଙ୍ଗୁଡ଼ି,କଙ୍କଡ଼ା ଆଦି ଜଳଜୀବ ମରିଯିବା ଯୋଗୁଁ ସ୍ଥାନୀୟ ଧିବର ସଂପ୍ରଦାୟ ର ଜୀବିକା ଉପରେ କୁପ୍ରଭାବ ପଡ଼ୁଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଆସୁଥିଲା । ଏହାବ୍ୟତୀତ କେନାଲ ଓ ଋଷିକୂଲ୍ୟା ନଦୀର ରାସାୟନିକ ଜଳ ପ୍ରଭାବରେ ଚର୍ମରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇ ଆଦୁଥିଲା । ସ୍ଥାନୀୟ ଅଞ୍ଚଳରେ ଥିବା କାଜୁ ଜଙ୍ଗଲ ଗୁଡ଼ିକରେ ଥିବା କାଜୁଗଛର ପତ୍ର ଚିଙ୍ଗୁଡ଼ି ଘେରି ପ୍ରଭାବରେ ଶୁଖିଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହି ଘେରି ପ୍ରଭାବରେ କୂଅ ଗୁଡ଼ିକରେ ମିଠାଜଳ ବଦଳରେ ପାଣି ଲୁଣି ଲାଗୁଥିବା ଗ୍ରାମବାସୀ ଅଭିଯୋଗ କରି ଆସୁଛନ୍ତି । ରାତି ରେଚିଙ୍ଗୁଡ଼ିଘେରିରେ ଲାଗୁଥିବା ଲାଇଟ୍ ଦ୍ୱାରା ଅଲିଭ୍ରିଡ଼୍ଲେଙ୍କ ଉପରେ କୁପ୍ରଭାବ ପଡ଼ୁଛି । ଯାହାଫଳରେ ସାମୁଦି୍ରକ କଇଁଛ ଓ ଛୁଆମାନେ ବାଟବଣା ହୋଇପଡ଼ୁଥିବା ବନବିଭାଗ କର୍ମକର୍ତ୍ତାଙ୍କ ପକ୍ଷରୁ ଅଭିଯୋଗ ହେଉଥିଲା । ଜିଲ୍ଲା ପ୍ରଶାସନ ନିକଟରେ ସାହେବ କେନାଲ ପାଶ୍ୱର୍ରେ ରହିଥିବା ବିଭିନ୍ନ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ପରେ ଶନିବାର ପ୍ରଶାସନ ପକ୍ଷରୁ ଘେରି ଉଚ୍ଛେଦ ନିମନ୍ତେ ପଦକ୍ଷେପ ନିଆଯାଇଥିବା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପ୍ରକାଶ କରିଛନ୍ତି । ଅତିରିକ୍ତ ତହସିଲ୍ଦାର ସନାତନ ମହାଲିକ କହିଛନ୍ତି ପ୍ରଥମେ ୧୬ ଘେରି ଉଚ୍ଛେଦ ନିମନ୍ତେ କୋର୍ଟରୁ ନିଦେ୍ର୍ଦଶ ଆସିଥିଲା । ପରବର୍ତ୍ତି ସମୟରେ ପ୍ରାୟ ୧୬ କି.ମି ସାହେବ ପାଲୁରୁ କେନାଲ ପାଶ୍ୱର୍ରେ ଗଢ଼ି ଉଠିଥିବା ୫୦ ମିଟର ମଧ୍ୟରେ ସମସ୍ତ ଘେରିକୁ ପର୍ଯ୍ୟାୟକ୍ରମେ ଭଙ୍ଗାଯିବା ନେଇ ପ୍ରଶାସନିକ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here