୩୧ ହଜାର ୭୦୦ କୋଟିରେ ବିକ୍ରୀ ହେଲ। ହଲିକ୍ସ

0
87

ନୂଆଦିଲ୍ଲୀ: ପାଖାପାଖି ୮୮ ବର୍ଷ ଧରି ବଜାରରେ କାଏମ୍‌ ରହିଥିବା ଶକ୍ତିବର୍ଦ୍ଧକ ପୌଷ୍ଟିକ୍‌ ଖାଦ୍ୟ ହର୍ଲିକ୍ସ ଆଗାମୀ ଦିନରେ ନୂଆ ରୂପରେ ବଜାରକୁ ଆସିପାରେ। କାରଣ ଇତିମଧ୍ୟରେ ଏହି ବ୍ରାଣ୍ଡ୍‌ର ମାଲିକାନା ବଦଳିଛି। ହିନ୍ଦୁସ୍ତାନ ୟୁନିଲିଭର୍‌ ଲିମିଟେଡ୍‌ (ଏଚ୍‌ୟୁଏଲ୍‌) ଏହା ପ୍ରସ୍ତୁତି କରିଆସୁଥିବା ବେଳେ ଏବେ ୩୧ ହଜାର ୭୦୦ କୋଟି ଅର୍ଥାତ୍‌ ପାଖାପାଖି ୩୨ ହଜାର କୋଟି ଟଙ୍କାରେ ଏହାର ମାଲିକାନା ସ୍ବତ୍ବ ଜିଏସ୍‌କେ କନ୍‌ଜ୍ୟୁମର୍‌ ହେଲ୍‌ଥକେୟାର୍‌ ଇଣ୍ଡିଆ ଲିମିଟେଡ୍‌କୁ ହସ୍ତାନ୍ତର କରିଛି। ଫଳସ୍ବରୂପ ଏଣିକି ବଜାରରେ ହର୍ଲିକ୍ସର ବିତରଣ ଓ ବିକ୍ରି ଜିଏସ୍‌କେ କମ୍ପାନୀ କରିବ।

ପୂର୍ବରୁ ଜିଏସ୍‌କେ ପକ୍ଷରୁ ବୁଷ୍ଟ୍‌ ଏକମାତ୍ର ଶକ୍ତିବର୍ଦ୍ଧକ ପୌଷ୍ଟିକ ଖାଦ୍ୟ ଭାବେ ବଜାରରେ ଉପଲବ୍ଧ ହେଉଥିଲା। ବର୍ତ୍ତମାନ ହର୍ଲିକ୍ସର ମାଲିକାନା ଜିଏସ୍‌କେ କମ୍ପାନୀ ହାସଲ କରିବା ଫଳରେ ବଜାରରେ ଏହାର ଦୁଇଟି ପ୍ରମୁଖ ଶକ୍ତିବର୍ଦ୍ଧକ ଖାଦ୍ୟ ଉପଲବ୍ଧ ହେବ। ହେଲ୍‌ଥ ଫୁଡ୍‌ କ୍ୟାଟିଗୋରୀରେ ଜିଏସ୍‌କେ କମ୍ପାନୀ ନିଶ୍ଚିତ ଭାବେ ଅନ୍ୟ କମ୍ପାନୀମାନଙ୍କଠାରୁ ଆଗରେ ରହିବ। ଏ ସଂକ୍ରାନ୍ତରେ ଏଚ୍‌ୟୁଏଲ୍‌ର ମୁଖ୍ୟ ପରିଚାଳନା ନିର୍ଦେଶକ (ସିଏମ୍‌ଡି) ସଞ୍ଜୀବ ମେହତା କହିଛନ୍ତି ଯେ ଜିଏସ୍‌କେ ସହ ଆମର ବିଲୟ ଆମ ଖାଉଟିମାନଙ୍କୁ ନୂଆ ଅଭିଜ୍ଞତା ଦେବ। ଜିଏସ୍‌କେ ପରି ଏକ ବଡ଼ ବ୍ରାଣ୍ଡ୍‌ ସହ ବିଲୟ ପରେ ଆମେ ପୋଷଣ କ୍ଷେତ୍ରରେ ଅଧିକ ଅଗ୍ରଗତି କରିପାରିବୁ। ଏହି ବିଲୟ ଉଭୟ କମ୍ପାନୀର ରାଜସ୍ବ ବୃଦ୍ଧି କରିପାରିବ ବୋଲି ମେହତା ଆଶା କରିଛନ୍ତି।

LEAVE A REPLY

Please enter your comment!
Please enter your name here