ମା ତାରିଣୀଙ୍କ ପାଖରୁ ହରିଚନ୍ଦନପୁର ରେଲୱେ ଷ୍ଟେସନ କୁ ବସ୍ ସେବା ଆରମ୍ଭ

0
534

ଘଟଗାଁ: (ରୁଦ୍ର ପ୍ରସାଦ ବେହେରା) ମା ଜଗତ ଜନନୀ ସେବା ଟ୍ରଷ୍ଟ ତରଫରୁ ଘଟଗାଁ ତାରିଣୀ ମନ୍ଦିର କୁ ଗୋଟିଏ ମିନି ଟ୍ରକ ଓ ଗୋଟିଏ ବସ୍ ପୂର୍ବରୁ
ଦିଆ ଯାଇଥିଲା ମିନି ଟ୍ରକ୍ ଟି ମାନସିକ ନଡ଼ିଆ ବୋହୁ ଥିବା ବେଳେ ବସ୍ ଟି ଦୀର୍ଘ ଦିନ ଧରି ପଡ଼ିରହିଥିଲା । ହରିଚନ୍ଦନପୁର ର ସ୍ଥାନୀୟ ଟେମ୍ପୋ ଚାଳକ ମାନେ ନିଜର ବେପାର ପାଇଁ ବସ୍ ଟିକୁ ଚଲେଇ ଦେଉ ନଥିଲେ ।ଯାହା ଫଳରେ ଯାତ୍ରୀ ମାନେ ହଇରାଣ ହରକତ ହେଉଥିଲେ । ଟେମ୍ପୋରେ ଅଧିକ ଟଙ୍କା ଦେଇ ଯାତ୍ରୀ ମାନେ ମା ତାରିଣୀ ପୀଠ କୁ ଆସିଥାନ୍ତି ଶେଷରେ ମନ୍ଦିର କତୃପକ୍ଷ ଦୃଢ ପଦେକ୍ଷପ ନେଇ ସମାଧାନ ବାଟ ବାହାର କରି ଆଜି ବସ୍ ଚଳାଚଳ ହରିଚନ୍ଦପୁର ରେଲୱେ ଷ୍ଟେସନ ଶୁଭ ଆରମ୍ଭ କରିଛନ୍ତି । ଟ୍ରେନ ରୁ ଆସୁଥିବା ଯାତ୍ରୀ ମାନଙ୍କୁ ଏହି ବସ୍ ରେ ଘଟଗାଁ ଆସିବା ପାଇଁ ୨୦ ଟଙ୍କା ଯିବା ଓ ୨୦ ଟଙ୍କା ଆସିବା ମୂଲ୍ୟ ଦେବା ପାଇଁ ପଡିବ ।

LEAVE A REPLY

Please enter your comment!
Please enter your name here