ପ।ଣିରେ ବୁଡି ଯୁବକ ମୃତ୍ୟୁ

0
2

ଘଟଗାଁ /ରୁଦ୍ର ପ୍ରସାଦ ବେହେରା : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଗରଗଡବାହାଳୀ ଗାଁ ନିକଟସ୍ଥ ପାଟହରାଠାରେ ମୂଷଳ ନଦୀର ଚେକଡ୍ୟାମରେ ଗୋଡ ଖସିଯିବା ଯୋଗୁଁ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ କେନ୍ଦୁଝର ଅଞ୍ଚଳର ଲିଟୁ ପାତ୍ର (୨୨) ବୋଲି ଜଣାପଡିଛି । ଲିଟୁ ବୁଧବାର ସନ୍ଧ୍ୟାରେ ଗରଗଡବାହାହାଳୀ ଗାଁରେ ରହୁଥିବା ତାଙ୍କ ପିଉସା ରୁଲେ ପାତ୍ରଙ୍କ ଘରକୁ ବୁଲିବାକୁ ଆସିଥିଲେ । ପରେ ମଧ୍ୟାହ୍ନ ୧୨ଟା ସମୟରେ ଉକ୍ତ ଗାଁ ନିକଟସ୍ଥ ପାଟହରାକୁ ବୁଲିବାକୁ ଯାଇଥିଲେ । ଡ୍ୟାମ୍ ନିକଟରେ ବୁଲାବୁଲି କରୁଥିବା ସମୟରେ ମୂଷଳ ନଦୀର ଚେକଡ୍ୟାମରେ ଅସାବଧାନତା ବସତଃ ତାଙ୍କର ଗୋଡ ଖସିଯିବାରୁ ସେ ପାଣିରେ ବୁଡିଯାଇଥିଲେ । ନିକଟସ୍ଥ ଲୋକେ ଏନେଇ ହରିଚନ୍ଦପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଲିଟୁଙ୍କୁ ଗୁରୁତର ଅବସ୍ଥାରେ ପାଣିରୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here