ନିଜ ଶରୀରର ଭୋକ ମେଣ୍ଟ।ଇବ। ପ।ଇଁ ନିଜ ଝିଅକୁ ଦୁଷ୍କର୍ମ କରୁଥିଲା ବାପ

0
826

କଟକ: ଆଜିର ମଣିଷ ନିଜ ଶରୀରର ଭୋକ ମେଣ୍ଟ।ଇବ। ପ।ଇଁ ସମ୍ପର୍କର ଶେଷ ପ।ହ।ଚକୁ ଯ।ଇ କିଛିବି କରିବ।କୁ କୁଣ୍ଟ।ବୋଧ ପ୍ରକାଶ କରୁନ।ହିଁ । ନିଜର କଦର୍ଯ୍ୟ ଆତ୍ମ।ର ସଦଗତି ନିମନ୍ତେ ଏମିତି କିଛି କରିଛି ଏକ ଝିଅର ବ।ପ ନିଜ ଝିଅକୁ ବ।ରମ୍ବ।ର ଦୁଷ୍କର୍ମ କରୁଥିଲା ।
ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ପୀଡ଼ିତାଙ୍କ ଡାକ୍ତରୀମାଇନା ପାଇଁ ପଠାଯାଇଥିବା ବେଳେ ଅଭିଯୁକ୍ତ ବାପ ଏବେ ବି ଫେରାର ଥିବା ଜଣାପଡ଼ିଛି । ମିଳିଥିବା ଖବର ମୁତାବକ, ଏକ ଘରୋଇ କମ୍ପାନିରେ ଚାକିରି କରୁଥିବା କଟକର ଜଣେ ବ୍ୟକ୍ତି ସପରିବାରେ ଡେରାଡୁନରେ ରହୁଥିଲା । ସେଠାରେ ଥିବା ସମୟରେ ସାଙ୍ଗ ମାନଙ୍କ ସହ ମିଶି ନିଜ ଝିଅ(୯)ଙ୍କୁ ବାପ ସବୁଦିନ ଦୁଷ୍କର୍ମ କରୁଥିଲା । ଏନେଇ ପୀଡ଼ିତାଙ୍କ ମା’ ଡେରାଡୁନ ପୁଲିସରେ ଅଭିଯୋଗ ମଧ୍ୟ କରିଥିଲେ । ଅଭିଯୁକ୍ତ ବାପ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯିବାରୁ ପୀଡ଼ିତାଙ୍କୁ ନେଇ ତାଙ୍କ ମା’ ନିଜଘର କଟକ ଚାଲି ଆସିଥିଲେ । ଗତକାଲି କଟକରେ ପହଂଚିବା ପରେ ପୀଡ଼ିତାଙ୍କ ମା’ ଏନେଇ ପୁଲିସ ନିକଟରେ ପୁଣିଥରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here