ନକଲି ଭୋଟର ପରିଚୟପତ୍ର ଘଟଣା: ବିଜେପିକୁ ଟାର୍ଗେଟ କଲେ ସିଦ୍ଦାରାମେୟ।

0
81

ବାଙ୍ଗାଲୋର: ଆଗକୁ କର୍ଣ୍ଣ।ଟକ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ କିଛି ଦିନ ପୂର୍ବରୁ ବାଙ୍ଗାଲୋରର ଏକ ଫ୍ଲାଟ୍‌ରୁ ପ୍ରାୟ ୧୦ ହଜାର ନକଲି ଭୋଟର ପରିଚୟପତ୍ର ଜବତ କରାଯାଇଛି। ଏହାକୁ ନେଇ ରାଜନୀତି ଜୋର ଧରିଛି ।କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମେୟା ଘଟଣାରେ ଭାଜପାର ସମ୍ପୃକ୍ତିକୁ ଇଙ୍ଗିତ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, କଂଗ୍ରେସ ଲଗାତର ଭାବେ ଭାଜପା ନଜରରେ ରହିଛି। ତେଣୁ ଭାଜପା ସରକାରୀ କଳର ଅପବ୍ୟବହାର କରୁଥିବା ସେ ପ୍ରକାଶ କରିଛନ୍ତି। ଏ ପର୍ଯ୍ୟନ୍ତ ୧୨ଥର ନିର୍ବାଚନ ଲଢ଼ିଥିଲେ ହେଁ ଏଭଳି ଚଢ଼ାଉ ପ୍ରଥମ ଥର ପାଇଁ କରାଯାଇଛିି। ଏଥିସହ ଏହାର ତଦନ୍ତ କରିବା ନିର୍ବାଚନ ଆୟୋଗଙ୍କ କାମ ବୋଲି ସେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ବାଙ୍ଗାଲୋରର ଜାଲହାଲି ଅଞ୍ଚଳରେ ଥିବା ଏସ୍‌ଏଲ୍‌ଭି ପାର୍କ ଭ୍ୟୁ ଆପାର୍ଟମେଣ୍ଟରୁ ଏହି ନକଲି ପରିଚୟପତ୍ର ଜବତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here