ବାଇକ୍‌ରେ ଯାଉଥିବା ବେଳେ ଉପରୁ ପଡ଼ିଲା ବିଦ୍ୟୁତ୍‌ ତାର, ଜଣେ ମୃତ

0
75

ଭଦ୍ରକ: ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ପାଣିକୋଇଲି ଛକ ନିକଟରେ ରାସ୍ତା ଉପରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୋମବାର ସକାଳୁ ଏଭଳି ଦୁର୍ଘଟଣା ଘଟିଛି। ଏଥିରେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ମୃତକ ହେଲେ ପଞ୍ଚୁଟିକିରୀ ଗାଁର ଶାନ୍ତନୁ ପାତ୍ର।

ଆଜି ସକାଳେ ଶାନ୍ତନୁ ଓ ତାଙ୍କ ସହଯୋଗୀ ବାଇକ୍ରେ ଯାଉଥିବା ବେଳେ ହଠାତ୍‌ ରାସ୍ତାରେ ଇଲେଭେନ୍ କେଭି ବିଦ୍ୟୁତ ତାର ଛିଣ୍ଡି ସେମାନଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଶାନ୍ତନୁ ପ୍ରାଣ ହରାଇଥିଲେ, ଓ ଅନ୍ୟ ଜଣେ ଛିଟିକି ପଡ଼ିଥିଲେ। ଏହି ଘଟଣାରେ ନିମ୍ନମାନର ତାର ଲଗାଯିବାର ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

LEAVE A REPLY

Please enter your comment!
Please enter your name here