ପୁଣି ଏକ ରୌପ୍ୟ ଜିତିଲେ ଦୂତୀ

0
179

ଜାକର୍ତ୍ତା: ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଏସିଆନ୍‌ ଗେମ୍ସରେ ପୁଣି ଥରେ ଦେଶ ତଥା ରାଜ୍ୟକୁ ଗର୍ବିତ କରିଛନ୍ତି। ୧୦୦ ମି. ଦୌଡ଼ ଇଭେଣ୍ଟରେ ରୌପ୍ୟ ଜିତିଥିବା ଦୂତୀ ୨୦୦ ମି. ଦୌଡ଼ରେ ମଧ୍ୟ ସମାନ ପଦକ ହାସଲ କରିିଛନ୍ତି। ଏହା ଚଳିତ ପ୍ରତିଯୋଗିତାରେ ତାଙ୍କର କ୍ରମାଗତ ୨ୟ ରୌପ୍ୟ ପଦକ। ବୁଧବାର ଅନୁଷ୍ଠିତ ଦୌଡ଼କୁ ଓଡ଼ିଆ ଧାବିକା ୨୩.୨୦ ସେକେଣ୍ଡରେ ଶେଷ କରି ଏହି ସଫଳତା ପାଇଛନ୍ତି। ସେ ମାତ୍ର ଦଶମିକ ୨୪ ସେକେଣ୍ଡରେ ସ୍ବର୍ଣ୍ଣ ପଦକ ହାତଛଡ଼ା କରିଛନ୍ତି। ବାହାରିନ ଧାବିକା ଓଡିଓଙ୍ଗ ଇଡିଙ୍ଗ ରେସ୍‌କୁ ୨୨.୯୬ ସେ.ରେ ଶେଷ କରି ସ୍ବର୍ଣ୍ଣ ପଦକ ପାଇଛନ୍ତି। ସେହିଭଳି ଚାଇନାର ଓ୍ବେଇ ୟଙ୍ଗଲି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଉଲ୍ଲେଖଥାଉ କି, ଦେଶର ଦ୍ରୁତତମ ଧାବିକା ଦୂତୀ ସୋମବାର ୧୦୦ ମି. ଦୌଡ଼ରେ ୧୧.୩୨ ସେ.   ଟାଇମିଂ ହାସଲ କରି ରୌପ୍ୟ ପଦକ ପାଇଥିଲେ

LEAVE A REPLY

Please enter your comment!
Please enter your name here