ଆସନ୍ତା ୧୨ରେ ଦ।ମଙ୍କ ମହ। ସମ।ବେଶ: ଟ।ର୍ଗେଟରେ ବିଧାୟକ ପ୍ରସ।ନ୍ତ ମୁଦୁଲି

0
1871

ଜଗତ୍‌ସିଂହପୁର : ପ।ର।ଦୀପ ବିଧାୟକ ଦ।ମୋଦର ର।ଉତ ବିଜେଡ଼ିରୁ ବହିଷ୍କାର ହେବ।ପରେ ଜିଲ୍ଲା ର।ଜନୀତି ଉଠୁଛି ପଡୁଛି । ଦ।ମୋଦରଙ୍କ ଆଗ।ମୀ ର।ଜନୈତିକ ରଣନୀତି କଣହେବ ତ।କୁ ନେଇ ନ।ନ।ଦି କଳ୍ପନା ଜଳ୍ପନ। ପ୍ରକାଶ ପ।ଇବ।ରେ ଲ।ଗିଛି । ଏପଟେ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ସାରା ଜଗତ୍‌ସିଂହପୁର ଜିଲାର ରାଜନୈତିକ ପାଣିପାଗ ଥଣ୍ଡା ଦିନରେ ଗରମ ଥିବା ଦେଖିବ।କୁ ମିଳୁଛି । କାରଣ ବିଜେଡିରୁ ବହିଷ୍କୃତ ନେତା ତଥା ପାରାଦୀପ ବିଧାୟକ ଦାମୋଦର ରାଉତ ଏହି ନିର୍ବାଚନମଣ୍ଡଳୀରେ ନିଜର ଦବଦବ। ଜ।ହିର କରିବା ଲକ୍ଷ୍ୟ ରଖି ବିଜେଡିର ଗଡ଼କୁ ବ୍ଲ।ଷ୍ଟିଙ୍ଗ୍ କରିବା ପ୍ଲ।ନ ଚଳ।ଇଛନ୍ତି ।

ଏଥିପାଇଁ ସେ ଆସନ୍ତା ୧୨ ତାରିଖରେ ଏକ ସମାବେଶ କରିବାକୁ ଯାଉଛନ୍ତି। ଏହି ସମାବେଶରେ ୧୦ ହଜାରରୁ ଅଧିକ ଲୋକ ଯୋଗଦେବେ ବୋଲି କୁହାଯାଉଛି। ଏଥିପାଇଁ ଦାମଙ୍କୁ କଂଗ୍ରେସ ସମସ୍ତ ନୈତିକ ସମର୍ଥନ ଦେବ ବୋଲି ଘୋଷଣା କରିଛି। ତେଣୁ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଏହି ନିର୍ବାଚନମଣ୍ଡଳୀରୁ ଭଲ ଭୋଟ ପାଇଥିଲେ ସୁଦ୍ଧା ବର୍ତ୍ତମାନର ପରିବେଶ ଦଳକୁ କେତେ ସୁହାଇବ ତାହା କହିହେଉନାହିଁ। ତେବେ ବର୍ତ୍ତମାନ ଦେଖିବାର ଅଛି ଦାମଙ୍କ ସମାବେଶ ସଫଳ ହେଉଛି କି ନାହିଁ। ଆଉ ଏ ସ୍ଥିତିରେ ବିଧାୟକ ମୁଦୁଲିଙ୍କ ରଣନୀତି କଣ ରହୁଛି । ଅନ୍ୟପଟେ ଦାମଙ୍କ ଘର ଏରସମା ବ୍ଲକରେ ହୋଇଥିବାରୁ ଅତୀତରେ ସେ ଏହି ନିର୍ବାଚନମଣ୍ଡଳୀରୁ ଏକାଧିକଥର ବିଧାୟକ ହୋଇଛନ୍ତି ।

ପରେ ପରେ ପାରାଦୀପରୁ ପ୍ରାର୍ଥୀ ହୋଇ ବିଧାୟକ ଅଛନ୍ତି। ତେଣୁ ଉଭୟ ଅଞ୍ଚଳରେ ତାଙ୍କର ସମର୍ଥକ ରହିଥିବା ଜଣ।ପଡିଛି । ତେଣୁ ବାଲିକୁଦା-ଏରସମାରେ ଥିବା ନିଜ ସମର୍ଥକଙ୍କୁ ଅସ୍ତ୍ର କରି ମୁଦୁଲିଙ୍କୁ କୌଣସି ପରିସ୍ଥିତିରେ ପରାଜିତ କରିପ।ରନ୍ତି ବୋଲି ଆଲୋଚନା ହେଉଛି । ଏଥିପାଇଁ ଦାମ ପୁରୁଖା ବିଜେଡି ନେତା ଓ ନିଜ କର୍ମୀଙ୍କୁ ଏ ସମ୍ପର୍କରେ ବୁଝାଇ ସମର୍ଥନ ଲୋଡୁଥିବା ଚର୍ଚ୍ଚା ହେଉଛି । ଏହାବାଦ୍‌ ବାଲିକୁଦାରେ ମଧ୍ୟ ବିଜେଡିର ଅସନ୍ତୁଷ୍ଟଙ୍କ କର୍ମୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଏସବୁ ପଛରେ କଂଗ୍ରେସ ଓ ଭାଜପାର ଅନେକ ନେତା ଓ କର୍ମୀ ରହିଥିବା ଆଲୋଚନା ଚାଲିଛି।

ଏ ବିଷୟରେ କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ର ଦାମ ଜଣେ ପୁରୁଖା ନେତା। ତାଙ୍କୁ ଦଳ ତରଫରୁ ନୈତିକ ସମର୍ଥନ ଦିଆଯିବ ବୋଲି କହିଛନ୍ତି । ସାରଦା ପ୍ରସନ୍ନ ଜେନା ଅନ୍ୟତମ କଂଗ୍ରେସ ନେତ। ଆସନ୍ତା ୧୨ ସମାବେଶକୁ ସଫଳ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ।

ଏହ।କୁ ସଫଳ କରିବା ପ।ଇଁ ଶନିବାର ଏରସମାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସେ ଦାମଙ୍କ ସହ ରହି ରଣନୀତି ଚୁଡ଼।ନ୍ତ ରୂପ ଦେଇଛନ୍ତି । ଦ।ମଙ୍କର ପିସିସି କାର୍ଯ୍ୟକାରୀ ସଭାପତି ତଥା ଜଗତ୍‌ସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ସହ ମଧ୍ୟ ଭଲ ସମ୍ପର୍କ ରହିଥିବା ନଜିର ରହିଛି । ତେଣୁ ଦାମଙ୍କ ସମାବେଶ ସଫଳ କରିବାକୁ କଂଗ୍ରେସ ପୂର୍ଣ୍ଣ ସହଯୋଗ ଦେବ। ଆଗକୁ କଂଗ୍ରେସ ସମର୍ଥନରେ ଦାମ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ନଚେତ କଂଗ୍ରେସ ପ୍ରାର୍ଥୀଙ୍କୁ ସେ ସମର୍ଥନ କରିପାରନ୍ତି। ଏଭଳି ଆଭାସ ମିଳୁଥିବା ବେଳେ ବିଜେଡିର ରଣନୀତି କ’ଣ ହେଉଛି ଦେଖିବାକୁ ବ।କି ରହିଲା ।

LEAVE A REPLY

Please enter your comment!
Please enter your name here