ପ।କିସ୍ଥ।ନରେ ବ।ୟୁ

0
47

ଅହମଦାବାଦ: ସାମୁଦି୍ରକ ଝଡ଼ ‘ବାୟୁ’ ଆଜି ଗୁଜରାଟ ଉପକୂଳରେ ଲ୍ୟାଣ୍ଡଫଲ୍ କରିବାକୁ ଥିବାବେଳେ ଏହାର “ଗତିପଥ ବଦଳି ଯାଇଛି । ଏହା ଏବେ ପାକିସ୍ତାନ ଆଡ଼କୁ ମୁହାଁଇଥିବା ପାଣିପାଗ ବିଭାଗ କହିିଛି । ଗୁଜରାଟର ସମୁଦ୍ର ଉପକୂଳ ଦେଇ ପାକିସ୍ତାନ ଓ ଓମାନ ଆଡ଼କୁ ଏହା ମୁହାଁଇଛି । ଏହା ଗୁଜରାଟରେ ଲ୍ୟାଣ୍ଡଫଲ୍ ନକଲେ ବି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ଲାଗି ରହିଛି ।
ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ବାୟୁ’ ଏବେ ଗୁଜରାଟର ଦକ୍ଷିଣ ପଶ୍ଚିମସ୍ଥିତ ଭେରଭାଲଠାରୁ ୧୩୦ କିଲୋମିଟର ଦୂର ଏବଂ ପୋରବନ୍ଦରରୁ ୧୮୦ କିଲୋମିଟର ଦୂରରେ ଥିବା ଜଣାପଡ଼ିଛି । ଆଜି ଅପରାହ୍ନରେ ସୌରାଷ୍ଟ୍ର ଉପକୂଳ ଦେଇ ଏହି ସାମୁଦ୍ରିକ ଝଡ଼ ଅତିକ୍ରମ କରିଯିବ ବୋଲି ସୂଚନା ମିଳିଛି । ଏହା ଗୁଜୁରାଟରେ ଲ୍ୟାଣ୍ଡଫଲ୍ ନକଲେ ମଧ୍ୟ ସମୁଦ୍ର ଉପକୂଳ ଦେଇ ପାକିସ୍ତାନ ଆଡ଼କୁ ଯିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୩୫ରୁ ୧୪୫ କିଲୋମିଟର ରହିପାରେ ।
ଅନ୍ୟପକ୍ଷରେ ଏହି ସାମୁଦ୍ରିକ ଝଡ଼ ଗୁଜରାଟ ଉପକୂଳ ଆଡ଼କୁ ଯେତିକି ପାଖେଇ ଆସୁଛି ସମୁଦ୍ର ସେତେ ଅଶାନ୍ତ ହୋଇପଡ଼ୁଛି । ପୋରବନ୍ଦରରେ ଥିବା ଚୌପଟ୍ଟି ସମୁଦ୍ର ତଟ ଅଶାନ୍ତ ହୋଇ ପଡ଼ିଛି । ପୋରବନ୍ଦର ଏବଂ ମହୁଭରେ ଭିତରେ ଏହି ସାମୁଦ୍ରିକ ଝଡ଼ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ଥିଲା । ଗୁଜରାଟ ଉପକୂଳ ଛୁଇଁ ନଥିବାବେଳେ ଏହାର ପ୍ରଭାବରେ ହେଉଥିବା ପବନରେ ଗିର୍ସୋମନାଥ ଜିଲ୍ଲାରେ ଥିବା ସୋମନାଥ ମନ୍ଦିରର ପ୍ରବେଶ ପଥ କ୍ଷତିଗ୍ରସ୍ତ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଜୋରରେ ପବନ ବହୁଥିବାବେଳେ ଅନ୍ୟାନ୍ୟ ଅଞ୍ଚଳରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । ବାତ୍ୟାକୁ ଦୃଷ୍ଟିରେ ରଖି ୫୦୦ଟି ଗାଁର ୨ ଲକ୍ଷ ୧୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ୧୦ ହଜାର ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି । ସେହିପରି ୧୧୦ଟି ଟ୍ରେନ୍କୁ ବାତିଲ କରାଯାଇଛି । ପ୍ରବଳ ବେଗରେ ପବନ ବହୁଥିବାରୁ ଗତକାଲି ରାତିରୁ ବିମାନବନ୍ଦଗୁଡ଼ିକୁ ବନ୍ଦ ରଖାଯାଇଛି । ପୋରବନ୍ଦର, ଭାବାନଗର, କେଶୋଦଆମ୍ବା, କାଣ୍ଡଲାରେ ବିମାନସେବା ବନ୍ଦ ରହିଛି । ଏଥିସହ ଗୁଜୁରାଟର ସମସ୍ତ ସ୍କୁଲ ଓ କଲେଜଗୁଡ଼ିକୁ ଦୁଇଦିନ ପାଇଁ ବନ୍ଦ କରି ଦିଅ ।ଯାଇଛି ।

LEAVE A REPLY

Please enter your comment!
Please enter your name here