ବ୍ଲେଡ୍ ଓ କାଚରେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ

0
91

କଟକ: କଟକରେ ଜଣେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ। ଜଣେ ଯୁବକ ବ୍ଲେଡ୍ ଓ କାଚରେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଯୁବତୀଙ୍କ ବେକରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଉକ୍ତ ଯୁବତୀଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଦାମବାଡି ଥାନା ଅଞ୍ଚଳରେ ଏହି ଆକ୍ରମଣ ହୋଇଛି।ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ଟା ସମୟରେ ଜଣେ ଯୁବକ ବଜ୍ରକବାଟି ରୋଡ୍‌ରେ ଥିବା ଏକ କସ୍‌ମେଟିକ୍‌ ଦୋକାନ ଭିତରେ ପଶି ସମ୍ପୃକ୍ତ ଯୁବତୀଙ୍କ ସହ ବଚସା କରିଥିଲା। ଏହାପରେ ସେ ବ୍ଲେଡ୍‌ ଓ କାଚରେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ସ୍ଥାନୀୟ ଲୋକେ ଆକ୍ରମଣକାରୀ ଯୁବକକୁ କାବୁ କରି ନିସ୍ତୁକ ମ।ଡ ହେବ। ସହିତ ପୋଲିସ କୁ ହସ୍ତାନ୍ତର କର।ଯ।ଇଛି ।

LEAVE A REPLY

Please enter your comment!
Please enter your name here