ଗ୍ୟାଙ୍ଗଷ୍ଟର ଟିଟୋର ଘରେ ଆଜି କ୍ରାଇମ୍‌ବ୍ରାଞ୍ଚ ଓ ଜିଲ୍ଲା ପୋଲିସର ମିଳିତ ଭାବେ ଚଢ଼ଉ

0
75

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋର ଦିଲାପୁର ଗାଁରେ ଥିବା ଘରେ ଆଜି କ୍ରାଇମ୍‌ବ୍ରାଞ୍ଚ ଓ ଜିଲ୍ଲା ପୋଲିସ ମିଳିତ ଭାବେ ଚଢ଼ଉ କରିଛି। ଏହି ଚଢ଼ାଉ ବେଳେ ସୁରକ୍ଷା ଦୃଷ୍ଟିରୁ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଟିଟୋର ଭାଇ ଘରେ ମଧ୍ୟ ଆଜି କ୍ରାଇମବ୍ରାଞ୍ଚ ଚଢ଼ଉ କରିଥିବା ଜଣାପଡିଛି। ଅଣ୍ଡରଓ୍ୱାଲ୍ଡ ଲିଙ୍କ୍‌ ଓ ଟେଣ୍ଡର ମାଫିଆ କାରବାରରେ ଟିଟୋର ଲିଙ୍କ ଜଣାପଡିବା ପରେ ଏହି ଚଢ଼ଉ ହୋଇଛି । ସୂଚନାଯୋଗ୍ୟ, ଛଅ ଦିନ ତଳେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ ଟିଟୋକୁ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ଏନ୍‌କାଉଣ୍ଟର କରିଥିଲା। କଟକ ବଡ଼ ମେଡିକାଲରେ ଚିକିତ୍ସା ପରେ ତାକୁ ଗିରଫ କରାଯାଇଥିଲା। ଟିଟୋ ନାମରେ ରାଜ୍ୟର ବିଭିନ୍ନ ପୁଲିସ ଷ୍ଟେସନରେ ସଂଗୀନ ଅପରାଧିକ ମାମଲା ରହିଛି।

LEAVE A REPLY

Please enter your comment!
Please enter your name here