ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ବଢ଼ିଲା

0
71

ଭୁନନେଶ୍ୱର: ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ରାଜ୍ୟ ସରକାର ଆଉ ୬ମାସ ବୃଦ୍ଧି କରିଛନ୍ତି । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମଦନମୋହନ ଦାସଙ୍କୁ ରାଜ୍ୟ ସରକାର ତଦନ୍ତ କମିଶନ ଆଳରେ ନିଯୁକ୍ତ କରିଛନ୍ତି । କମିଶନ ଇତିମଧ୍ୟରେ ତାଙ୍କର ପଞ୍ଚମ ଅନ୍ତରୀଣ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇ ସାରିଛନ୍ତି । କିନ୍ତୁ ଚୂଡ଼ାନ୍ତ ରିପୋର୍ଟ ଏଯାଏଁ ଦେଇନାହାନ୍ତି । ପର୍ଯ୍ୟାୟକ୍ରମେ ସେ ତାଙ୍କ ରିପୋର୍ଟ ଦେଉଛନ୍ତି । ବିଭିନ୍ନ ଚିଟଫଣ୍ଡ କମ୍ପାନୀଙ୍କ ଦ୍ୱାରା ଠକାମୀର ଶୀକାର ହୋଇଥିବା ଲୋକଙ୍କୁ ଚିହ୍ନଟ କରିବା ଏବଂ ସଂପୃକ୍ତ ସଂସ୍ଥାକୁ ଚିହ୍ନଟ କରିବା ଲାଗି ଏହି କମିଶନ ଗଠନ କରିଛନ୍ତି । କମିଶନଙ୍କ ରିପୋର୍ଟରେ କ୍ଷତିଗ୍ରସ୍ତ ହୀତାଧିକାରୀଙ୍କୁ ସରକାର ଇତିମଧ୍ୟରେ ଅର୍ଥ ଫେରାଇବା ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦ହଜାର ଟଙ୍କା ଲେଖାଏଁ ଜମା ରଖିଥିବା ହିତାଧିକାରୀଙ୍କୁ ସେମାନଙ୍କ ଅର୍ଥ ଫେରାଇବାକୁ କାର୍ଯ୍ୟ ଆରମ୍ଭ ହୋଇଛି । ଗତ ଫେବ୍ରୁଆରୀ ୫ ତାରିଖରେ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା ଏବେ ପୁଣି କମିଶନଙ୍କ କାର୍ଯ୍ୟକାଳ ୬ମାସ ବୃଦ୍ଧି କରାଯାଇଛି । ଅଭିଯୁକ୍ତ ସଂସ୍ଥାଙ୍କ ଠିକଣା ନମିଳିବାରୁ ଏହା ଚିହ୍ନଟ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here