୧୨ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଯୌନଶୋଷଣ କଲେ ମିଳିବ ମୃତ୍ୟୁଦଣ୍ଡ !

0
103

ନୂଆଦିଲ୍ଲୀ : ଦେଶରେ ଶିଶୁଯୌନଶୋଷଣ ନେଇ ଆଜି କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ୧୨ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଯୌନଶୋଷଣ କ୍ଷେତ୍ରରେ ମୃତ୍ୟୁଦଣ୍ଡ ଦେବା ନେଇ ଶୀର୍ଷ ଅଦାଲତ ମତ ସ୍ଫଷ୍ଟ କରନ୍ତୁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍‌ ୨୭ରେ ହେବ। ସମ୍ପ୍ରତି ଦେଶରେ ଶିଶୁ ଯୌନଶୋଷଣ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଜମ୍ମୁ-କଶ୍ମୀର କାଠୁଆରେ ଜଣେ ୮ ବର୍ଷ ନାବାଳିକାକୁ ବଳାତ୍କାର କରାଯାଇଥିବାବେଳେ ଉତ୍ତରପ୍ରଦେଶ ଉନ୍ନାଓରେ ୧୮ ବର୍ଷ ଜଣେ ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ସେହିପରି ସୁରାଟରେ ୧୧ ବର୍ଷ ଓ ଏଟାରେ ୬ ବର୍ଷ ବୟସ୍କ ବାଳିକା ସହିତ ବଳାତ୍କାର କରାଯାଇଛି। ଇତିମଧ୍ୟରେ ଦେଶର ଅନେକ ସ୍ଥାନରେ ଏପରି ଘଟଣା ବଢ଼ିବାରେ ଲାଗିଥିବାରୁ ଏଥିରେ ରୋକ ପାଇଁ କେନ୍ଦ୍ର ସରକାର ଏଭଳି ରିପୋର୍ଟ ଦାଖଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here