ଇଞ୍ଜିନୟରିଂ ଛାତ୍ରଙ୍କ ଠାରୁ ୮୩ ଗ୍ରାମ୍‌ର ବ୍ରାଉନ୍‌ ସୁଗାର ଜବତ

0
260

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ବ୍ରାଉନ୍‌ ସୁଗାର କାରବାରର ଆଡ୍ଡାସ୍ଥଳି ହୋଇସାରିଲାଣି। ବ୍ରାଉନ୍‌ ସୁଗାର କାରବାର ପାଇଁ ଅପରାଧୀମାନେ ରାଜଧାନୀକୁ ଏକ ସୁରକ୍ଷିତ ସ୍ଥାନ ମଣୁଛନ୍ତି। ଯାହାକୁ ରୋକିବା ପୋଲିସ୍‌ ପାଇଁ ଏକ ଚ୍ୟାଲେଞ୍ଜ ହୋଇଯାଇଛି। ବାରମ୍ବାର ବ୍ରାଉନ୍‌ ସୁଗାର ଜବତ ହେଉଥିଲେ ମଧ୍ୟ କୌଣସି ପ୍ରଭାବ ପଡ଼ୁନାହିଁ। ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷ ପର୍ଯ୍ୟନ୍ତ ଏହି ବେପାର କରୁଛନ୍ତି। ଏଥିରୁ ମଧ୍ୟ ବାଦ୍‌ ପଡ଼ି ନାହାନ୍ତି ଛାତ୍ର। ଗତ କିଛିଦିନ ତଳେ ପଟିଆ ଅଞ୍ଚଳରୁ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କୁ ବ୍ରାଉନ୍‌ ସୁଗାର ବେପାର କରୁଥିବା ଅଭିଯୋଗରେ ପୋଲିସ୍‌ ଗିରଫ କରିଥିବା ବେଳେ ବୁଧବାର ପୁଣି ରାଜଧାନୀ ଭୁବନେଶ୍ୱରରୁ ଜବତ ହୋଇଛି ଏହି ଧଳା ଜହର। ଅବକାରୀ ବିଭାଗ ଚଢ଼ାଉ କରି ଜଣେ ଇଞ୍ଜିନୟରିଂ ଛାତ୍ରଙ୍କ ଠାରୁ ୮୩ ଗ୍ରାମ୍‌ର ବ୍ରାଉନ୍‌ ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଭୁବନେଶ୍ବର ସାଲିଆସାହିରୁ ଏହି ବ୍ରାଉନ୍‌ସୁଗାର ଜବତ କରିଛି ଅବକାରୀ ବିଭାଗ। କିଛିଦିନ ତଳେ ଲକ୍ଷ୍ମୀସାଗର ଅଞ୍ଚଳରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ କରିଥିଲା ଅବକାରୀ ବିଭାଗ। ସୋମବାର ଅବକାରୀ ବିଭାଗ ଏକ ବୁଲା ବିକାଳି ପାଖରୁ ୧୦୫ ଗ୍ରାମର ବ୍ରାଉନ୍‌ ସୁଗାର ଜବତ କରିଥିଲା। ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here