ମହାକାଳପଡ଼ାରେ  ବୋଟ୍ ଆମ୍ବୁଲାନ୍ସ ସେବା ଉଦ୍ଘାଟିତ

0
41

ମହାକାଳପଡ଼ା: ମହାକାଳପଡ଼ା ବ୍ଳକ ଅନ୍ତର୍ଗତ ବତିଘର ପଂଚାୟତରେ   ବୋଟ୍ ଆମ୍ବୁଲାନ୍ସ ସେବାକୁ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଦ୍ୱାରା ଉଦ୍ଘାଟିତ  ହୋଇଯାଇଛି । ନଦୀ, ସମୁଦ୍ର, ଜଙ୍ଗଲଘେରା ଏହି ପଂଚାୟତରେ ଗର୍ଭବତୀ, ପ୍ରସୂତୀ ଓ ଗୁରୁତର ଅସୁସ୍ଥ ରୋଗୀଙ୍କୁ ଏହି ବୋଟ୍ ଆମ୍ବୁଲାନ୍ସ ସେବା ମକ୍ଟମକ୍ଟବ । ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଜନସଧାରଣଙ୍କ ଉଦ୍ଧେଶ୍ୟରେ ଏହି ବୋଟ୍ ଆମ୍ବୁଲାନ୍ସ ସେବା ଲୋକାର୍ପିତ କରି ବରକୋଳି ଖଳା, ମନସାମନ୍ଦିର ପଡ଼ିଆରେ ଆୟୋଜିତ ସଭାରେ ବିଧାୟକ ଶ୍ରୀ ନାୟକ ବିଜୁବାବୁଙ୍କ କର୍ମଭୂମି ମହାକାଳପଡ଼ାର ବିକାଶ ପାଇଁ ବିଜେଡି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ବତୀଘର ପଂଚାୟତରେ ରହିଥିବା ଜମିଜମା ସମସ୍ୟା ଖୁବ୍ଶୀଘ୍ର ଦୂର ହେବ । ଏଠାରୁ କାହାକୁ ଜଣେହେଲେ ଉଚ୍ଛେଦ କରାଯିବ ନାହିଁ । ସମସ୍ତଙ୍କୁ ସୁରକ୍ଷା ଦିଆଯିବ ବୋଲି ବିଧାୟକ କହିଥିଲେ । ବତୀଘର ପଂଚାୟତର ଚାରିପଟେ ନଦୀ ଥିବାରୁ ଲୋକଙ୍କୁ ୧୦୮ ଆମ୍ବୁଲାନ୍ସ ସେବା ମିଳିପାରୁ ନ ଥିଲା । ବୋଟ୍ ଆମ୍ବୁଲାନ୍ସ ସେବା ଦ୍ୱାରା କୁମ୍ଭୀର ଓ ବାରହା ଆକ୍ରମଣରେ ଆହତମାନଙ୍କୁ ତ୍ୱରିତସେବା ମିଳିପାରିବ । ଖୁବ୍ଶୀଘ୍ର ନିପାଣିଆ ସେତୁ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ କହିଥିଲେ । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବିଶ୍ୱରଞ୍ଜନ ପତି, ସହକାରୀ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମିର୍ଜା ବାବର ବେଗ୍, ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ମନୋଜ ପଣ୍ଡା, ରାଜ୍ୟ ବିଜୁ ଛାତ୍ର ଜନତାଦଳର ଉପସଭାପତି ରାକେଶ ମହାପାତ୍ର, ବ୍ଲକଅଧ୍ୟକ୍ଷା ସସ୍ମିତା ବରାଳ, ସ୍ଥାନୀୟ ସରପଂଚ ଦେବବ୍ରତ ମାଇତି, ପୂର୍ବତନ ସରପଂଚ କାଜଲ ଓଝା, ଜିଲାପରିଷଦ ସଭ୍ୟା ନଳିନୀପ୍ରଭା ଚୌଧୁରୀ, ପୂର୍ବତନ ବ୍ଲକଅଧ୍ୟକ୍ଷା ସରୋଜିନୀ ସେଠୀ, ସୁରଭି ଜେନା, ହିମାଂଶୁ ସାହୁ, ବିଶ୍ୱଭୂଷଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here