ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତକୁ ନେଇ ବିଜେଡି ଦଳ ତତ୍ପର

0
77

ମାଲକାନଗିରି: ଆସନ୍ତା ୨୬ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲା ଗସ୍ତକୁ ନେଇ ପୁଣିଥରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ଜିଲ୍ଲା କମିଟି ତରଫରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ତଥା ବିଧାୟକ ମାନସ ମାଡକାମିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ୨୬ ତାରିଖ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ ଓ ମାଲକାନଗିରି ସହରରେ ନବ ନିର୍ମିତ ସାତ ମହଲା ସ୍ୱାସ୍ଥ୍ୟ କେନ୍ଦ୍ରର ଶୁଭ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ୫୦ ହଜାର ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ୫୦ ହଜାର ଲୋକ କିଭଳି ଆସିବେ, ଯିବେ ସେମାନଙ୍କ ଖାଇବା ବ୍ୟବସ୍ଥା କିପରି ହେବ ତାହା ଉକ୍ତ ବୈଠକରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇ ଜିଲ୍ଲା ସ୍ତରରେ, ବ୍ଲକ ସ୍ତରରେ, ପଞ୍ଚାୟତ ସ୍ତରରେ ଓ ୱାର୍ଡ ସ୍ତରରେ ଦାଇତ୍ୱ ଦିଆଯାଇଛି, ଉକ୍ତ ପ୍ରସ୍ତୁତି ବୈଠକରେ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା, ପୌରାଞ୍ଚଳ ଅଧ୍ୟକ୍ଷା ରାଜବନ୍ତ କୌର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗଣେଶ ମଣ୍ଡଳ, ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକ, ବିଜେଡି ବରିଷ୍ଠ ନେତା ଗୋପାଳ କୃଷ୍ଣ ପଣ୍ଡା, ଜିଲ୍ଲା ଯୁବ ସଭାପତି ନିରୋଧ ମିସ୍ତ୍ରୀ ଓ କରୁକୋଣ୍ଡା ବ୍ଲକ ପର୍ଯ୍ୟବେକ୍ଷକ ମହମ୍ମଦ ଫେଇଜ ଖାଁ ପ୍ରମୁଖ ଓ ଜିଲ୍ଲା ବିଜୁଜନତା ଦଳର ସମସ୍ତ ନେତୃ ମଣ୍ଡଳୀ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here