ବିଜେପୁର ଉପ ନିର୍ବାଚନ ଶାନ୍ତିପୂର୍ଣ୍ଣ ହେବାନେଇ ବିଜେପିର ସନ୍ଦେହ ।

0
135

ଭୁବନେଶ୍ୱର: ବିଜେପୁରରେ ହେବ।କୁ ଥିବା ଉପ ନିର୍ବାଚନ ପାଇଁ ନିର୍ବାଚନ କମିଶନର ତାରିଖ ଘୋଷଣା କରିସାରିଛନ୍ତି । ନିଜର ପତିଆରା ଜ।ହିର କରିବ। ଓ ଲୋକପ୍ରିୟତା ହ୍ରାସରେ ଭୟଭୀତ ହୋଇ ଶାସକ ବିଜେଡି ଭଡାଟିଆ ଗୁଣ୍ଡାମାନଙ୍କ ମାଧ୍ୟମରେ ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ପ୍ରତିଦିନ ମରଣାନ୍ତକ ଆକ୍ରମଣ କରି ଚ।ଲିଛି । ଆଉ ଏସବୁ ଶାସକ ବିଜେଡିର ପ୍ରଭାବଶାଳୀ ନେତା ତଥା ସ୍ଥାନୀୟ ମନ୍ତ୍ରୀ ସୁଶାନ୍ତ ସିଂହ ନିର୍ଦ୍ଦେଶ ରେ ହେଉଛି । ଶାସକ ବିଜେଡିର ହାତବାରିସୀ ସାଜିଥିବା ପୋଲିସ ଓ ପ୍ରଶାସନର ତତ୍ୱାବଧାନରେ ଏକ ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଓ ଅବାଧ ନିର୍ବାଚନ ଅସମ୍ଭବ । ଏହି ପ୍ରସଙ୍ଗକୁ ଅତି ଗୁରୁତ୍ୱର ସହ ଗ୍ରହଣ କରି ୮୦ ହଜାରରୁ ଉର୍ଦ୍ଧ ବିଜେପୁର ନିର୍ବାଚନମଣ୍ଡଳୀ ବାସିନ୍ଦାମାନେ ରାଜ୍ୟପାଳଙ୍କୁ ଏ ସଂକ୍ରାନ୍ତରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ।

ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର, ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦା, ସୋନପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ବରଗଡ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମଦନ ଦୀପ, ବରଗଡ ଜିଲ୍ଲା ବିଜେପି ସଭାପତି ଡ.ଅରୁପାନନ୍ଦ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଲଦେବ ବେଦବାକ ଏବଂ ସୁରେଶ୍ୱର ଶତପଥୀ ପ୍ରମୁଖ ସାମିଲ ଥିଲେ ।

ଏହି ଦସ୍ତଖତ ସମ୍ବଳିତ ପତ୍ର ମାଧ୍ୟମରେ ଉଲ୍ଲେଖ କରାଯାଇଛି ଯେ, ଶାସକ ବିଜେଡିର ଗୁଣ୍ଡାମାନଙ୍କ ଅକ୍ରମଣରେ ଶିକାର ହୋଇ ମାମଲା ରୁଜୁ କରିବା ସତ୍ୱେ ଅଭିଯୋଗକାରୀ ନିରାଶ ହେଉଛି । ଅନ୍ୟପକ୍ଷରେ ଶାସକ ବିଜେଡିର ଚାପରେ ମାମଲା ରୁଜୁ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇ ଅଯଥାରେ ତାଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଉଛି । ତେଣୁ ଏଭଳି ପରିସ୍ଥିତିରେ ଏକ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ଅସମ୍ଭବ । ଏହି କାରଣରୁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୨୭୦ଟି ବୁଥ୍ ରୁ ଦସ୍ତଖତ ସଂଗ୍ରହ କରାଯାଇଥିଲା ଏବଂ ୮୦ ହଜାରରୁ ଉଦ୍ଧ୍ୱର୍ ବାସିନ୍ଦା ଏହି ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ ।

ଶାସକ ବିଜେଡିର ଗୁଣ୍ଡାରାଜ କାରଣରୁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୨୭୦ଟି ବୁଥ୍ କୁ ଅତି ସମ୍ବେଦନପ୍ରବଣ ବୁଥ୍ ଭାବେ ଚିହ୍ନଟ କରି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ମାନ୍ୟବର ରାଜ୍ୟପାଳଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here