ଖୁଣ୍ଟି ଅଛି ହେଲେ ସବୁବେଳେ ଅନ୍ଧାର

0
71

ଭୁବନ:ର।ଜ୍ୟର ର।ଜଧ।ନୀରେ ଦିନବେଳେ ର।ସ୍ତ।କଡ ବିଦ୍ୟୁତ୍ ଖୂଣ୍ଟ ଗୁଡିକରେ ଲ।ଇଟ୍ ଜଳୁଥିବ। ବେଳେ ର।ଜ୍ୟରେ ଅନ୍ୟ ଅଞ୍ଚଳ ଗୁଡିକରେ ଆଲୁଅ ଦେଖିବ। ସ।ତସପନ ଏପଟେ ସରକାରୀ ସ୍ତରରେ ପ୍ରତ୍ୟେକ ଏନ୍ଏସିକୁ ସୌନ୍ଦର୍ଯ୍ୟକରଣ ବା ଆଲୋକିକରଣ କରିବା ପାଇଁ ଖର୍ଚ୍ଚ ହେଉଛି ନାହିଁ ନଥିବା ଟଙ୍କା । ଏହି ପରିପ୍ରେକ୍ଷୀରେ ଭୁବନ ଏନ୍ଏସିର ମୁଖ୍ୟ ରାସ୍ତାରେ ଆଲୋକିକରଣ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ୧୫୦ରୁ ଊର୍ଦ୍ଧ୍ୱ ଖୁଣ୍ଟ ପକାଇ ଏଲ୍ଇଡି ଲାଇଟ୍ ଲଗାଯାଇଥିଲା । ଫଳରେ ଏନ୍ଏସିରେ ଚୋରି ଡକାୟତି କମିଯିବା ସହିତ ସନ୍ଧ୍ୟା ପରେ ଦୁର୍ଘଟଣା ଜନିତ ସମସ୍ୟା କମ୍ ହୋଇଥିଲା । ମାତ୍ର ୧ ବର୍ଷ ନପୁରୁଣୁ ଏହି ଏଲ୍ଇଡି ଲାଇଟ୍ ଗୁଡିକ ଧିରେ ଧିରେ ଖରାପ ହେବାକୁ ଲାଗିଲା । ବର୍ତ୍ତମାନ ଗୋଡି ପୋଖରୀ ଛକଠାରୁ ବାରିଜଙ୍ଗ ଛକ ପର୍ପ୍ୟନ୍ତ ଓ ଜାତୀୟ ରାଜପଥ ଠାରୁ ଲତାବିଲ ନିକଟସ୍ଥ ଢାବା ପର୍ଯ୍ୟନ୍ତ ୧ମାସରୁ ଊର୍ଦ୍ଧ୍ୱ ସମୟ ଧରି ଅନ୍ଧାର ହୋଇ ଯାଇଥିବା ବେଳେ କାଳୀବଜାର ଠାରୁ ଥାନା ଓ କାଳୀବଜାର ଠାରୁ ପେଟ୍ରୋଲ ପମ୍ପ୍ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ମଧ୍ୟ ଏହି ଲାଇଟ୍ ଗୁଡିକ ଜଳୁନାହିଁ । ରାସ୍ତା ପାଶ୍ୱର୍ରେ ଢାବା ଓ ମଦ ଦୋକାନ ଥିବାରୁ ଅନ୍ଧାର ସମୟରେ ମଦ୍ୟପ ଓ ଗଞ୍ଜେଆଙ୍କ ଆଡା ସ୍ଥଳୀ ପାଲଟିଛି । ଫଳରେ ରାସ୍ତାଦେଇ ଯା-ଆସ କରୁଥିବା ଗ୍ରାମାଞ୍ଚଳ ଲୋକେ ସନ୍ଧ୍ୟାପରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଏପରିକି ପକେଟ୍ମାର, ମାଡପିଟ୍ ଓ ଗାଡି ଦୁର୍ଘଟଣା ଆଦି ଅନ୍ଧାର ଯୋଗୁ ହେଉଥିବା ଦେଖାଯାଉଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏହି ଲାଇଟ୍ ଗୁଡିକ ଲାଗିଥିବା ବେଳେ ବହୁ ଶୀଘ୍ର ଖରାପ ହେବାକୁ ନେଇ ଏଲ୍ଇଡି ଲାଇଟ୍ର ମାନ ଉପରେ ସାଧାରଣରେ ସନେ୍ଦହ ଉପୁଜୁଥିବା ସହ ଦୁର୍ନୀତିର ଗନ୍ଧ ଧିରେ ଧିରେ ପଦାକୁ ଆସୁଛି । ଯାହାକି ତଦନ୍ତ ସାପେକ୍ଷ । ତେବେ ଏହାକୁ ନେଇ ଭୁବନ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ ବରାଳଙ୍କୁ ପଚାରିବାରେ ସେ କୁହନ୍ତି ଲାଇଟ୍ ଗୁଡିକ ଖରାପ ହୋଇଥିବା ମୋ ଜ୍ଞାତରେ ଅଛି । ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ନାମକ ଏକ କମ୍ପାନୀ ବର୍ତ୍ତମାନ ଏହାକୁ ସଜାଡିବା ପାଇଁ କାର୍ଯ୍ୟ ହାତକୁ ନେଇଛି । ଅଗଷ୍ଟ ୫ ସୁଦ୍ଧା ସମସ୍ତ ଲାଇଟ୍ ଲଗାଯାଇ ପୁନର୍ବାର ଏନ୍ଏସିକୁ ଆଲୋକିକରଣ କରାଯିବ । ଅପରପକ୍ଷେ ଦୀର୍ଘ ୧ମାସ ଧରି ଅନ୍ଧାରରେ ସମସ୍ୟା ଭୋଗୁଥିବା ଅଞ୍ଚଳବାସୀ ତୁରନ୍ତ ଏହାର ସ୍ଥାୟୀ ସମାଧାନ ନକଲେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ପ୍ରତିକ୍ରିୟା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here