ଭଗବତୀ ବାତ୍ରାଙ୍କ ମାମଲାରେ ହାଇକୋର୍ଟଙ୍କ ରହିତାଦେଶ

0
71

ଭୁବନେଶ୍ୱର : ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ବାତ୍ରାଙ୍କ ସଭ୍ୟପଦକୁ ଜିଲ୍ଲା ଜଜ କୋର୍ଟ ଅସିଦ୍ଧ କରିଦେବା ପରେ ବିଜେଡ଼ିର ଚିନ୍ତା ବଢ଼ି ଯାଇଥିଲା । ତେବେ ଆଜି ହାଇକୋର୍ଟ ଜିଲ୍ଲା ଜଜ କୋର୍ଟଙ୍କ ରାୟ ଉପରେ ଅନ୍ତରୀଣ ରହିତାଦେଶ ଲଗାଇଛନ୍ତି । ଫଳରେ ଖାଲି ଭଗବତୀ ନୁହଁନ୍ତି ବରଂ ବିଜେଡ଼ି ମଧ୍ୟ ଆଶ୍ୱସ୍ତ ହୋଇଛି ।

୨୦୧୭ ପଂଚାୟତ ନିର୍ବାଚନରେ ନବରଙ୍ଗପୁରରେ ବିଜେଡ଼ି ଆବଶ୍ୟକୀୟ ସଂଖ୍ୟା ହାସଲ କରିନଥିଲେ ମଧ୍ୟ କଳେବଳେ କୌଶଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ ହାତେଇ ନେଇଥିଲା । ନବରଙ୍ଗପୁରରେ ୨୬ଟି ଜିଲ୍ଲା ପରିଷଦ ଜୋନ ରହିଛି । ଅଧ୍ୟକ୍ଷ ପଦ ହାତେଇବା ପାଇଁ ୧୪ ଜଣ ଜିଲ୍ଳା ପରିଷଦ ସଭ୍ୟଙ୍କର ସମର୍ଥନ ଆବଶ୍ୟକ ରହିଥିଲା । କିନ୍ତୁ ବିଜେଡ଼ିର ମାତ୍ର ୧୧ ଜଣ ଜିଲ୍ଲା ପରିଷଦ ସଭ୍ୟ ବିଜୟୀ ହୋଇଥିଲେ । ଯେତେବେଳେକି ବିଜେପି ୭ ଓ କଂଗ୍ରେସ ୯ ଆସନ ଜିତିଥିଲା । ତେବେ ଅଧ୍ୟକ୍ଷ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ତଥା ୨୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଭଗବତୀ ଭାତ୍ରା ବିଜୟୀ ହୋଇଥିଲେ । କିନ୍ତୁ ଭଗବତୀଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରିଥିଲେ ବିଜେପି ପ୍ରାର୍ଥୀ ବେବି ମାଝୀ । ନବରଙ୍ଗପୁର ଜିଲ୍ଲା ଜଜକୋର୍ଟ ମାମଲାର ଶୁଣାଣୀ କରି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ସାନି ନିର୍ବାଚନ ପାଇଁ ନିଦେ୍ର୍ଧଶ ଦେଇଥିଲେ । ଯାହାକି ବିଜେଡ଼ିର ଅଡ଼ୁଆ ବଢ଼ାଇ ଦେଇଥିଲା ।

ତେବେ ଜିଲ୍ଳା ଜଜ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଭଗବତୀ ହାଇକୋର୍ଟ ଯାଇଥିଲେ । ହାଇକୋର୍ଟ ତାଙ୍କର ଆବେଦନକୁ ଗ୍ରହଣ କରି ଅନ୍ତରୀଣ ରହିତାଦେଶ ଲଗାଇଛନ୍ତି । ଫଳରେ ଭଗବତୀଙ୍କ ସଭ୍ୟ ପଦ କାଏମ ରହିଛି ।

LEAVE A REPLY

Please enter your comment!
Please enter your name here