ବେଗୁନିଆ ବିଧାୟକଙ୍କୁ ପ।ଣିପ।ଉଚ ମ।ରିବ। ଘଟଣା: କ।ହ।କୁ ଦୋଷ ଦେଲା ବେଗୁନିଆ ବିଜେଡ଼ି ?

0
583

ଭୁବନେଶ୍ୱର : ନିର୍ବାଚନ ଯେତିକି ପାଖେଇ ଆସୁଛି ର।ଜ୍ୟରେ ର।ଜନୈତିକ ବ।ତ।ବରଣ ସେତିକି ଗରମ ହେବ।ରେ ଲ।ଗିଛି । ବେଗୁନିଆ ରାଜନୀତିରେ ସାଂସଦ ଓ ବିଧାୟକଙ୍କ ଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ ବେଗୁନିଆରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି  । ଯାହାକୁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଗୁରୁତର ସହ ଗ୍ରହଣ କରିଥିବାବେଳେ ଖୁବଶୀଘ୍ର କେତେକ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।

ଆଜି ସାରୁଅ ଠାରୁ ବେଗୁନିଆ ପର୍ଯ୍ୟନ୍ତ ଏକ ର୍ୟାଲି କରାଯାଇ କୁଶପଲ୍ଲାରେ ମିଟିଂ ପାଇଁ ସ୍ଥିରୀକୃତ ହୋଇଥିଲା । ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗଦେ୍ଧବଙ୍କ ବିରୋଧରେ ଅସନ୍ତୁଷ୍ଟ ବିଜେଡ଼ି ନେତାମାନେ ମେଳି କରିଥିଲେ  । ଅପରପକ୍ଷରେ ବେଗୁନିଆ ବିଜେଡ଼ି ପକ୍ଷରୁ ମଧ୍ୟ ଛାତ୍ର ଓ ଯୁବ ଶୋଭାଯାତ୍ରା କରିବା ପାଇଁ ଯୋଜନା କରାଯାଇଥିଲା  । ସାରୁଅ ଠାରୁ ବେଗୁନିଆ ବିଜେଡ଼ି ପକ୍ଷରୁ ଏହି ଶୋଭାଯାତ୍ରା ହେବାର କାର୍ଯ୍ୟକ୍ରମ ରହିଥିଲା  । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ଗୋଷ୍ଠୀର ଶୋଭାଯାତ୍ରା ଉପରେ ରୋକ ଲାଗିଥିଲା  । ସାରୁଅ ଠାରୁ ବେଗୁନିଆ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଥିଲା  । ଶୋଭାଯାତ୍ରା ନହେବାରୁ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ କୁଶପଲ୍ଲାରେ ଏକ ସମାବେଶ କରିଥିଲେ  । ଅପରପକ୍ଷରେ ବିଧାୟକ ଶ୍ରୀ ଜଗଦେ୍ଧବ ବଡ଼ବେରେଣାରେ ଡେଙ୍ଗୁ ସମ୍ପର୍କରେ ସମୀକ୍ଷା କରିଥିଲେ  । ବଡ଼ବେରେଣାରୁ ସେ କୁଶପଲା ରାସ୍ତା ଦେଇ ଫେରିବା ବେଳେ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ତାଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ପାଉଚପାଣି ଓ ଚେୟାର ଫୋପାଡ଼ିଥଲେ  । ଯାହାକୁ ନେଇ ବେଗୁନିଆ ବିଜେଡ଼ି ରାଜନୀତି ସରଗରମ ହୋଇଯାଇଛି  ।

ଏନେଇ ବେଗୁନିଆ ବିଜୁ ଯୁବ ଜନତା ଦଳ ସଭାପତି ବିଭୂତି ମହାନ୍ତି କହିଛନ୍ତିଯେ, ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରରୋଚନାରେ ବିଧାୟକଙ୍କ ଉପରେ ଆକ୍ରମଣ କରାଯାଇଛି  । ନିର୍ବାଚନ ପାଖେଇ ଆସୁଥିବାବେଳେ ଦଳକୁ ଦୁର୍ବଳ କରିବା ପାଇଁ ଶ୍ରୀ ନନ୍ଦ ଯେଉଁ ଯୋଜନା କରୁଛନ୍ତି ସେଥିରେ ସଫଳ ହେବେନାହିଁ  । ବିଜେଡ଼ିର ସଂଗଠନ ସୁଦୃଢ଼ ରହିଛି  । ସବୁ ନେତା ଏକାଠି ହୋଇ କାର୍ଯ୍ୟ କରୁଛନ୍ତି  । ଗତ ପଂଚାୟତ ନିର୍ବାଚନରେ ଯେଉଁ ନେତାମାନେ ବିଜେପି ସହ ହାତ ମିଳାଇଥିଲେ ସେଭଳି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଏଭଳି କାର୍ଯ୍ୟ କରୁଛନ୍ତି  । ଏନେଇ ଖୁବଶୀଘ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯିବ  ।

ଏନେଇ ବେଗୁନିଆ ବିଜୁ ଜନତା ଦଳ ସଭାପତି ଅନାଦି ସାହୁ କହିଛନ୍ତିଯେ, ୨୦୧୪ ନିର୍ବାଚନରେ ବେଗୁନିଆରେ ପ୍ରଥମ ଥର ପାଇଁ ବିଜେଡ଼ି ଜିଣିଥିଲା  । ପ୍ରଶାନ୍ତ ଜଗଦେ୍ଧବ ପ୍ରାୟ ୪୦ ହଜାର ଭୋଟରେ ବିଜୟୀ ହୋଇଥିଲେ  । ବେଗୁନିଆରେ ବିଜେଡ଼ି ସଂଗଠନ ସୁଦୃଢ଼ କରିବା ଦିଗରେ ସେ ଉଦ୍ୟମ ଜାରି ରଖିଥିବାବେଳେ ୨୦୧୯ରେ ପୁଣି ଥରେ ସେ ବେଗୁନିଆରୁ ବିଧାୟକ ହେବେ  । ହେଲେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଜାଣିଶୁଣି ଦଳରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରି ଆସୁଛନ୍ତି  । ସାଂସଦ ପ୍ରଶାନ୍ତ ନନ୍ଦ ଓ ତାଙ୍କ ପୁଅ ବେଗୁନିଆ ବିଜେଡ଼ିରେ ଫାଟ ସୃଷ୍ଟି କରିବାକୁ ଅତୀତରେ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନାହାନ୍ତି  । ଏମିତିକି ବେଗୁନିଆ ବିଜେଡ଼ିରେ ଅଯଥା ମୁଣ୍ଡ ନପୂରାଇବାକୁ ତାଙ୍କୁ ଦଳର ହାଇକମାଣ୍ଡ ଓ ଜିଲ୍ଲା ବିଜେଡ଼ି ପକ୍ଷରୁ ତାଗିଦ କରାଯାଇଛି  ।

LEAVE A REPLY

Please enter your comment!
Please enter your name here