ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ଦେଖ।ଇଲ। ଗ୍ରୀନ୍ ସିଗନ।ଲ୍

0
1496

ଭୁବନେଶ୍ୱର: କେନ୍ଦ୍ରାପଡା ସଂ।ସଦ। ବୈଜୟନ୍ତ ପଣ୍ଡା ବ।ରମ୍ବ।ର ମୁଖ୍ୟମନ୍ତ୍ରୀ ଓ ତୃତୀୟ ମହଲାକୁ ଟାର୍ଗେଟ କରିବାରୁ ସାଂସଦ ପଣ୍ଡାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ହୋଇଉଠିଛି ।ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତିକୁ ଦଳର କିଛି ନେତୃବୃନ୍ଦ ଚ।ହିଁ ବସିଥିବା ବେଳେ ବିରୋଧୀ ଦଳ ଗୁଡ଼ିକ କିନ୍ତୁ ଏହି ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତିକୁ ଦୃଢ଼ ନିନ୍ଦା କରିଛନ୍ତି । ଏପଟେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ଏହି ନିଷ୍ପତିକୁ ସ୍ୱାଗତ କରି ନିଜର ପ୍ରତିକ୍ରିୟାରେ କହିଛନ୍ତି କୌଣସି ନିଷ୍ପତି ତରବରିଆ ଭାବେ ନିଆଯାଇ ନାହିଁ । ତଦନ୍ତ କରି ହାଇକମାଣ୍ଡ ଏହି ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି । ସେପଟେ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ବିଜେପି ଦ୍ୱାର ଖୋଲା ରହିଛି । 

ଦେବାଶିଷ ସାମନ୍ତରାୟ କହିଛନ୍ତି ସାଂସଦ ଶ୍ରୀ ପଣ୍ଡା ବାରମ୍ବାର ତୃତୀୟ ମହଲାକୁ ନେଇ ଗଣମାଧ୍ୟମରେ କହିବା ପରିବର୍ତ୍ତେ ଏକଥା ମୁଖ୍ୟମନ୍ତ୍ରୀଙ୍କୁ କହିବା ଉଚିତ ଥିଲା । ମାତ୍ର ସାଂସଦ ଏଭଳି କିଛି କରି ନାହାଁନ୍ତି । ଏ ନେଇ ତାଙ୍କୁ ବାରମ୍ବାର ସଚେତନ ମଧ୍ୟ କରାଯାଇଛି । ଏହି ନିଷ୍ପତି ହଠାତ ନିଆଯାଇ ନାହିଁ । ତଦନ୍ତ କରାଯାଇ ରିପୋର୍ଟ ଦିଆଯିବା ପରେ ସଭାପତି ଏହି ନିଷ୍ପତ୍ତି ନେଇଛନ୍ତି । 

ଅନ୍ୟପକ୍ଷରେ ବୈଜୟନ୍ତଙ୍କୁ ପରୋକ୍ଷରେ ବିଜେପିରୁ ନିମନ୍ତ୍ରଣ ଆସିଛି । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ବୈଜୟନ୍ତଙ୍କ ନିଲମ୍ବନ ଦଳର ଆଭ୍ୟନ୍ତରୀଣ ବେପାର । ମାତ୍ର ଯୋଗ୍ୟ ବ୍ୟକ୍ତିଙ୍କୁ ବିଜେପି ସମ୍ମାନ ଜଣାଏ । ଯୋଗ୍ୟ ପ୍ରତିନିଧିଙ୍କ ପାଇଁ ବିଜେପିର ଦ୍ୱାର ଖୋଲା ରହିଛି ବୋଲି ସଭାପତି ବସନ୍ତ ପଣ୍ଡା କହିଛନ୍ତି ।

LEAVE A REPLY

Please enter your comment!
Please enter your name here