ମନ୍ତ୍ରୀ ପୁଅଙ୍କ ଅଫିସ୍ ଜାଳିଦେଲେ ସନାସେନା !

0
1834

ଆନନ୍ଦପୁର: ଗତ ସୋମବାର ଦିନ ଘଷିପୁରାରେ ସନାସେନା ତରଫରୁ ଶୀତ ଦିନ ପ।ଇଁ କମ୍ବଳ ବିତରଣ କରୁଥିବା ସମୟରେ ବଦ୍ରିଙ୍କ କର୍ମୀ ସନାସେନାର ଗାଡ଼ି ଭାଙ୍ଗିବା ସହ ସମର୍ଥକମାନଙ୍କୁ ଅଟକ ମଧ ରଖିଥିଲେ । କାଲି ଦିନ ସ।ର। ଏହି ଘଟଣାକୁ ନେଇ କେନ୍ଦୁଝର ଜିଲ୍ଲାରେ ଚ।ପ। ଉତେଜନା ଲାଗିରହିଥିବା ବେଳେ ଆଜି ସନାସେନା ତ।ର ପ୍ରଭାବ ବିସ୍ତାର କରିବା ପ।ଇଁ ଜୋର ଦେଖ।ଇଛି ।
ରାଜ୍ୟର ସବୁ ଜିଲ୍ଲା ଶୀତର ପ୍ରକୋପରେ ଥରି ଉଠୁଥିବ। ବେଳେ କେନ୍ଦୁଝର ରାଜନୀତିରେ ବେଶ ଗରମ ଅନୁଭୂତ ହୋଇଛି । କେନ୍ଦୁଝରର ଦୁଇ ପ୍ରଭାବଶାଳୀ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।ଏଠାରେ ସୂଚନାଯୋଗ୍ୟ ଗତକାଲି ମନ୍ତ୍ରୀ ବଦ୍ରି ନ।ର।ୟଣ ପାତ୍ରଙ୍କ ନିର୍ବାଚନ ମଣ୍ଡଳୀରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଜଗତଜନନୀ ସେବା ଟ୍ରଷ୍ଟ ପକ୍ଷରୁ କମ୍ବଳ ବଂଟନକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ରାମଚନ୍ଦ୍ରପୁର ଥାନା ମଛ।ଳୋ ଗ୍ରାମରେ ବିଜେଡି କର୍ମୀମାନେ ‘ସନାସେନା’ର ଗାଡ଼ି ଭଂଗାରୁଜା କରିଥିଲେ । ଖାଲି ସେତିକି ନୁହେଁ, କେନ୍ଦୁଝର ଜିଲ୍ଲାର ଯୋଡ଼ା, ବାମବାରୀ, ବଡ଼ବିଲ, ରୁଗୁଡ଼ି ଓ ବଲାଣି ଥାନା ଅଂଚଳରୁ ପୁଲିସ୍ ୧୭ଜଣଙ୍କୁ ଗିରଫ ମଧ୍ୟ କରିଥିଲା । ବେଆଇନ ଚାନ୍ଦା ଆଦାୟ, ଧମକ ଦେଇ ଖଣି ଅଂଚଳରେ ପରିବହନ ଆଦି ଅଭିଯୋଗରେ ଯେଉଁମାନଙ୍କୁ ଗିରଫ କରାଯାଇଥିଲା ସେମାନେ ସନାଙ୍କ ପାଖ ଲୋକ ତଥା ସମର୍ଥକ ଭାବେ ବେଶ ଜଣାଶୁଣା । ସନା ସମର୍ଥକଙ୍କୁ ଗିରଫ ପ୍ରତିବାଦରେ ଆଜି ଏସ୍ଡିପିଓ ଅଫିସ ମଧ୍ୟ ଘେରାଉ କରାଯାଇଥିଲା । ଘେରାଉ ସମୟରେ କିଛି ଆନନ୍ଦୋଳନକ।ରୀ ଆନନ୍ଦପୁର ନିକଟସ୍ଥ ଶାଳପଡ଼ା ଠାରେ ଥିବା ମନ୍ତ୍ରୀ ବଦ୍ରିପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ଅଫିସ ଜାଳିଦେଇଥିବା ନେଇ ଅଭିଯୋଗ ହୋଇଛି । 

LEAVE A REPLY

Please enter your comment!
Please enter your name here