ଆନନ୍ଦପୁରରୁ ୪ ଡକାୟତ ଗିରଫ

0
51

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଶାଳବଣୀ ହାଟ ନିକଟରେ ଡକାୟତି ଯୋଜନାକୁ ପୁଲିସ୍‌ ପଣ୍ଡ କରିବା ସହ ୪ଜଣ ଡକାୟତଙ୍କୁ ଗିରଫ କରିଛି। ଏଥିସହ ଏକ ବୋଲେରୋ ଗାଡ଼ି ଓ ମାରଣାସ୍ତ୍ର ମଧ୍ୟ ଜବତ କରିଛି। ତେବେ ଘଟଣାସ୍ଥଳରୁ ଅନ୍ୟ ଦୁଇ ଜଣ ଫେରାର୍‌ ଅଛନ୍ତି। ଗତକାଲି ରାତିରେ ଡକାୟତି କରିବାକୁ ଭଦ୍ରକ ଅଞ୍ଚଳର ୪ଜଣ ଡକାୟତ ଆସିଥିଲେ। ଶାଳବଣି ହାଟ ନିକଟରେ ଡକାୟତି କରିବାକୁ ଉଦ୍ୟମ କରୁଥିବା ବେଳେ ଆନନ୍ଦପୁର ପୁଲିସ୍‌ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରି ଡକାୟତଙ୍କୁ କାବୁ କରିଥିଲେ।

LEAVE A REPLY

Please enter your comment!
Please enter your name here