ଆଜି ମୁକେଶ ଅମ୍ୱାନୀଙ୍କ ବଡ଼ ପୁଅ ଆକାଶ ଅମ୍ୱାନୀଙ୍କର ବାହାଘର

0
165

ମୁମ୍ୱାଇ:  ମୁକେଶ ଅମ୍ୱାନୀ ଓ ନୀତା ଅମ୍ୱାନୀଙ୍କ ବଡ଼ ପୁଅ ଆକାଶ ଅମ୍ୱାନୀଙ୍କର ବାହାଘର। ହୀରା ବ୍ୟବସାୟୀ ରସେଲ୍‌ ମେହତାଙ୍କ ଝିଅ ଶ୍ଲୋକାଙ୍କ ସହିତ ଆକାଶଙ୍କର ବାହାଘର ହେବାକୁ ଯାଉଛି। ଏହି ଖୁସିରେ ମୁକେଶ ଅମ୍ୱାନୀ ମୁମ୍ୱାଇରେ କାର୍ଯ୍ୟ କରୁଥିବା ୫୦ ହଜାର ପୋଲିସ୍‌କର୍ମୀଙ୍କୁ ମିଠା ପ୍ୟାକେଟ୍‌ ପଠାଇଛନ୍ତି। ରିଲାଏନ୍ପସ ପକ୍ଷରୁ ମୁମ୍ୱାଇରେ ଥିବା ସମସ୍ତ ପୋଲିସ୍‌ ଷ୍ଟେସନ୍‌କୁ ମିଠା ପ୍ୟାକେଟ୍‌ ପଠାଯାଇଛି।  ସେତିକି ନୁହେଁ, ମିଠା ପ୍ୟାକେଟ୍‌ରେ ସମସ୍ତଙ୍କୁ  ଅମ୍ୱାନୀ ପରିବାର ପକ୍ଷରୁ ନିମନ୍ତ୍ରଣ କାର୍ଡ ମଧ୍ୟ ଦିଆଯାଇଛି।ଅମ୍ୱାନୀ ପରିବାରର ବିବାହ କାର୍ଯ୍ୟକ୍ରମରେ ବଲିଉଡ୍‌ ସେଲିବ୍ରିଟି ଶାହରୁଖ୍‌ ଖାନ୍‌, ଆମିର୍‌ ଖାନ୍‌, ଆଲିଆ ଭଟ୍ଟ, ରଣବୀର୍‌ କପୁର୍‌, କରିସ୍ମା କପୁର୍‌, ଅର୍ଜୁନ୍‌ କପୁର୍‌, ମଲାଇକା ଅରୋରା, ବିଦ୍ୟା ବାଲାନ୍‌  ପ୍ରମୁଖ  ବଲିଉଡ୍‌ ସେଲିବ୍ରିଟି ଯୋଗଦେବେ।

LEAVE A REPLY

Please enter your comment!
Please enter your name here