ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ପକ୍ଷରୁ ଭୋଟ କିଣାଯାଉଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ !

0
558

ସୁବର୍ଣ୍ଣପୁର:(ଶରତ ମହାପାତ୍ର)ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ପକ୍ଷରୁ ଭୋଟ କିଣାଯାଉଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି ।ଫେସବୁକ ଓ ହ୍ବାଟସପ ଆଦି ମାଧ୍ୟମରେ ଭୋଟ କିଣା ଯାଉଥିବା ଏହି ଭିଡିଓଟି ଗତ କାଲି ରାତିର ବୋଲି ଜଣା ପଡିଛି ।ଜିଲ୍ଲା ବିଜେଡ ସଂପାଦକ ମାନଭଂଜନ ମିଶ୍ର ଭୋଟ ତାଲିକା ଧରି ବିଜେଡି କର୍ମୀ ଓ ସମର୍ଥକଙ୍କ ସହିତ ଭୋଟରମାନଙ୍କୁ ଟଂକା ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି ।ଭିଡିଓରେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ତରଭା ବ୍ଳକର ଯୋରାବନ୍ଧ ଗାଁର କିଛି ଭୋଟରଙ୍କ ଚିତ୍ର ଦେଖିବାକୁ ମିଳିଛି ।ମାନଭଂଜନ ମିଶ୍ର ଦୀର୍ଘ ଦୁଇ ଦଶନ୍ଧି ହେଲା ଜିଲ୍ଲା ବିଡେଡିର ସଦସ୍ୟ ଥିବା ବେଳେ ବିଜେଡି ସଂଗଠନରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି ।ଚଳିତ ନିର୍ବାଚନରେ ବି ମାନଭଂଜନ ବିଧାୟକ ପ୍ରାର୍ଥୀ ନିରଂଜନ ପୂଜାରୀଙ୍କ ନାମାଙ୍କନ ପତ୍ର ଦାଖଲରୁ ଆରମ୍ଭ କରି ବିଭିନ୍ନ ସଭା ସମିତି ଶୋଭାଯାତ୍ରାରେ ବି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ।ଏପରିକି ସୋନପୁର ନିର୍ବାଚନ ମଣ୍ଡଳୀର ମୁଖ୍ୟମନ୍ତ୍ରୀଙ୍କ ସିଆଲିରେ କାର୍ଯ୍ୟକ୍ରମରେ ସଂଯୋଜକ ଭାବେ ଦାୟୀତ୍ବ ନିର୍ବାହ କରିଥିଲେ ।ନିର୍ବାଚନୀ ପ୍ରଚାର ଏବେ ଶେଷ ହୋଇଥିବା ବେଳେ ଏବେ ବିଜେଡି ପକ୍ଷରୁ ନିରଂଜନଙ୍କୁ ବିଜୟୀ କରାଇବା ପାଇଁ ଭୋଟରମାନଙ୍କ ଭିତରେ ଟଂକା ବାଣ୍ଟୁଥିବା ଭିଡିଓ ନିର୍ବାଚନର କେନ୍ଦ୍ରବିନ୍ଦୁ ପାଲଟିଛି ।ଏ ସଂପର୍କରେ ମାନଭଂଜନ କହିଛନ୍ତି ଯେ ଏହି ଟଙ୍କା ଏଜେଣ୍ଟ ମ।ନଙ୍କୁ ଦିଆ ଯ।ଉଥିଲ।

LEAVE A REPLY

Please enter your comment!
Please enter your name here