ଆଜି କଟକରେ ରୋଡ଼ସୋ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହା

0
58

କଟକ: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହା ଓ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ପାଇଁ କଟକର ରୋଡ-ଶୋ’ କରିବେ । ଆଜି ସନ୍ଧ୍ୟାରେ ଉଭୟ ନେତା କଟକରେ ପହଞ୍ଚିବା ପରେ ରୋଡ-ଶୋ ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ୩୫ପ୍ଲାଟୁନ୍‍ ଫୋର୍ସ ସହ ୨୫ଜଣ ଅଫିସର ମୁତୟନ ରହିବେ। ନବୀନ ପଟ୍ଟନାୟକ ଅପରାହ୍ଣ ୪ଟା ୩୦ରେ ନରାଜ ହେଲିପ୍ୟାଡ ନିକଟରୁ ସଡକ ପଥରେ ସେ ସେକ୍ଟର-୧୦ ମଣ୍ଟେଶ୍ବରୀ ଗଡା ନିକଟରୁ ରୋଡ-ଶୋ ଆରମ୍ଭ କରିବେ। ସେକ୍ଟର-୭ ନିକଟରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ମୁଖ୍ୟମନ୍ତ୍ରୀ ବସ୍‍ରେ ସତୀଚଉରା, ସେଲଟରଛକ, କନିକାଛକ, ଚଣ୍ଡୀଛକ, ବକ୍ସିବଜାର, ମଣିସାହୁଛକ, ମାତାମଠ, ରିଂରୋଡ, କଲେଜଛକ, ରାଣୀହାଟ, ଦୋଳମୁଣ୍ଡାଇ, ବାଦାମବାଡି, ମଧୁପାଟଣା, ଶିଖରପୁର, ମହାନଦୀବିହାର, ପୋତାପୋଖରୀ, ନୂଆବଜାର, କନ୍ଦରପୁର, ସୋମପୁର, କଇଜଙ୍ଗା, ଅଥାଙ୍ଗ ସେତୁ, ୪୨ମୌଜା, କଳପଡା, ଝିଙ୍କିିରିଆ, ଘାଟକୂଳ ଦେଇ ପ୍ରେସଛକରେ ପହଞ୍ଚିବେ।

ସେହିପରି ଅମିତ ଶାହା ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଗୌରୀଶଙ୍କର ପାର୍କ ନିକଟରୁ ଶୋଭାଯାତ୍ରାରେ ବାହାରି ତିନିକୋଣିଆବଗିଚା, ଦରଘାବଜାର, ଚୌଧୁରୀବଜାର, ନୟାସଡକ, ବାଲୁବଜାର ନିମଚଉଡି, ଚାନ୍ଦିନୀଚୌକ, ମହମ୍ମଦିଆବଜାର, ଶେଖବଜାର ଦେଇ ଚଣ୍ଡୀ ମନ୍ଦିର ନିକଟରେ ପହଞ୍ଚିବ।ର କ।ର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here