ପରଜଙ୍ଗରେ କଂଗ୍ରେସର ଜୋରଦାର ପ୍ରଚାର

0
165

ପରଜଙ୍ଗ:(ଜିତେନ୍ଦ୍ର ବେହେରା)ପ୍ରଚାରରେ  ବିଜେପି ଓ ବିଜେଡି  ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦୀଙ୍କଠାରୁ ପଛରେ ନାହାଁନ୍ତି କଂଗ୍ରେସର ମହିଳା ପ୍ରାର୍ଥୀ ଶ୍ରୀମତୀ ଯସସ୍ବୀନୀ ରାଉତ। ମହିଳା ପ୍ରାର୍ଥୀ ହୋଇ ବି କଠିନ ପରିଶ୍ରମ କରୁଥିବା ଲକ୍ଷ କରାଯାଉଛି। ଆଜି ଅନ୍ଯ ଦୁଇ ଦଳ ନିଜର ଷ୍ଟାର ପ୍ରଚାରକ ମାଧ୍ୟମରେ ପ୍ରଚାର କରୁଥିବା ସମୟରେ ଶ୍ରୀମତୀ ରାଉତ ନିଜେ ପ୍ରଚାରର ମଙ୍ଗ ସମ୍ଭାଳିଥିଲେ । ନିର୍ବାଚନରେ ନୂଆ ପ୍ରାର୍ଥୀନୀ ହୋଇଥିଲେ ବି ସ୍ବାମୀ ତଥା କଂଗ୍ରେସର 2014 ନିର୍ବାଚନର ଦଳୀୟ ପ୍ରାର୍ଥୀ ଶ୍ରୀ ସନ୍ତୋଷ ରାଉତ ଏଥିରେ ତାଙ୍କ ସମ୍ପୂର୍ଣ୍ଣ ସହାୟତା କରୁଥିବା ଦେଖାଯାଉଛି।

LEAVE A REPLY

Please enter your comment!
Please enter your name here