୫ଟି ଲୋକସଭା ଓ ୩୫ଟି ବିଧାନସଭା ପ।ଇଁ ଆଜି ସରିବ ପ୍ରଚାର

0
108

ଭୁବନେଶ୍ୱର: ସାରାଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସାରିଥିବା ବେଳେ ଏବେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚାଲିଛି । ତେବେ ରାଜ୍ୟରେ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସନ୍ଧ୍ୟା ୬ଟାରେ ପ୍ରଚାର କାର୍ଯ୍ୟ ସମାପ୍ତ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୫ଟି ଲୋକସଭା ଓ ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କାର୍ଯ୍ୟ ଶେଷ ହେବ ।

ଭାରତ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଚାର ଶେଷ ହେବା ପରଠୁ ଭୋଟ ଗ୍ରହଣ ଦିନ ପର୍ଯ୍ୟନ୍ତ ୪୮ ଘଣ୍ଟା ମଧ୍ୟରେ କୌଣସି ବି ରାଜନେତା ସାମ୍ବାଦିକ ସମ୍ମିଳନୀ କରି ପାରିବେନି । ଏପରିକି କୌଣସି ବି ଗଣମାଧ୍ୟମ ରାଜନେତାଙ୍କ ମତ ଓ ପ୍ରତିକ୍ରିୟାକୁ ପ୍ରକାଶ କିମ୍ବା ପ୍ରସାରଣ କରିପାରିବ ନାହିଁ ନିର୍ଦ୍ଦେଶ ଦିଆଯାଇଛି

LEAVE A REPLY

Please enter your comment!
Please enter your name here