ଆଜି ଓଡିଶା ଆସିବେ ଯୋଗୀ ଆଦିତ୍ୟନାଥ

0
48

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ନିମନ୍ତେ ବରିଷ୍ଠ ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ରାଉରକେଲ, ଅନୁଗୁଳ ଏବଂ ଫୁଲବାଣୀରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

ଯୋଗୀ ଆଜି ସକାଳ ୧୦ଟା ୪୫ରେ ରାଉରକେଲାରେ ପହଂଚି ସାଧାରଣ ସଭାରେ ଉଦବୋଧନ ଦେବେ । ସଭାପରେ ସେ ୧୨ଟା ୩୦ରେ ଅନୁଗୁଳରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ଏହାସହ ସେ ଅପରାହ୍ନ ୨ଟାରେ ଫୁଲବାଣୀଠାରେ ପହଂଚି ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବେ । ସୂଚନାଯୋଗ୍ୟ, ଯୋଗୀ ପୂର୍ବରୁ ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସିଥିଲେ ମଧ୍ୟ ତାଙ୍କ ବିମାନକୁ ଖରାପ ପାଗ ନିମନ୍ତେ ଅବତରଣ ପାଇଁ ଅନୁମତି ମିଳିନଥିଲା। ସେ ଭୁବନେଶ୍ୱର ବିମାନବନ୍ଦରରୁ ମୋବାଇଲ ଯୋଗେ ଭାଷଣ ଦେଇଥିଲେ

LEAVE A REPLY

Please enter your comment!
Please enter your name here