ଘଟଗାଁ ମ। ତାରିଣୀଙ୍କ ପୀଠରେ ମହାବିଷୁବ ପଣା ସଂକ୍ରାନ୍ତି ପ।ଳନ

0
44

 

ଘଟଗାଁ :(ରୁଦ୍ର ପ୍ରସାଦ ବେହେରା) ପବିତ୍ର ଓଡ଼ିଆ ନବବର୍ଷ ତଥା ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ କେନ୍ଦୁଝର ଜିଲ୍ଲାର ଘଟଗାଁ ତାରିଣୀ ପୀଠରେ ପ୍ରବଳ ଜନସମାଗମ ହୋଇଥିଲା । ସାରା ଓଡ଼ିଶାର ଭକ୍ତ ସମେତ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ରୁ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହୋଇଥିଲା । ଆଜି ନିର୍ଧାରିତ ସମୟ ପୂର୍ବରୁ ବ୍ରହ୍ମମୁହୂର୍ତ ରୁ ମାର୍ଜନା ପୂଜା , ସୁନାବେଶ , ମଙ୍ଗଳ ଆଳତି ଷୋଡଶ ଉପଚାର ପୂଜା ଓ ଚଣ୍ଡୀ ପାଠ , ଭାଗବତ ପ।ରାୟଣ ପରେ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ଯାଇ ଥିଲା । ବହୁ ପୂର୍ବରୁ ଦର୍ଶନ ପ୍ରତିକ୍ଷା କରିଥିବା ଭକ୍ତମାନେ ଧାଡିରେ ଯାଇ ମା ଙ୍କୁ ଦର୍ଶନ କରଥିଲେ । ମା ତାରିଣୀଙ୍କ ସୁନାବେଶ ଦର୍ଶନ କରି ଭକ୍ତ ଗଣ ଆନନ୍ଦ ବିଭୋର ହୋଇଥିଲେ । ଆଜି ଭକ୍ତ ଙ୍କ ପ୍ରବଳ ଭିଡ଼ କୁ ନଜର ରଖି ମଂଦିର ପ୍ରଶାସନ ତରଫରୁ ପ୍ରତ୍ୟେକ ଭକ୍ତଙ୍କୁ ନିର୍ଦ୍ଧାରିତ 2 ଟି ନଡ଼ିଆ ଓ ଅନ୍ୟାନ୍ୟ ଭୋଗ ଧରି 5 ଟି ଦର୍ଶନ ଧାଡିରେ ଶୃଙ୍ଖଳିତ ଦର୍ଶନ କରିବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ପ୍ରାୟ ଦୁଇ ଶହ ମିଟର ଲେଖାଏଁ ଧାଡି ଅପରାହ୍ନ ପର୍ଯ୍ୟନ୍ତ ଲମ୍ବି ରହିଥିବାର ଦେଖିବାକୁ ମିଳିଥିଲା । ଆଜି ମନ୍ଦିରରେ ମୁଖ୍ୟ ପୂଜକ ଶ୍ୟାମସୁନ୍ଦର ଦେହୁରୀ ଙ୍କ ସହ ଯଯାତି ଦେହୁରୀ , ରାଜେନ୍ଦ୍ର ଦେହୁରୀ ,ପର୍ଶୁରାମ ପ୍ରମୁଖ ମା ଙ୍କର ପୂଜା କରିଥିଲେ । ଭିଡ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା , ଅଗ୍ନି ନିର୍ବାପନ ପାଇଁ ଅଗ୍ନିଶମ ବିଭାଗୀୟ ବ୍ୟବସ୍ଥା , ଭକ୍ତଙ୍କ ପାଇଁ ଅସ୍ଥାୟୀ ସୂଚନା କେନ୍ଦ୍ର, ଅଂଶୁଘାତ ଓ ଜରୁରୀକାଳୀନ ସେବା ପାଇଁ ଆମ୍ବୁଲାନ୍ସ ଓ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା , ପଣା ଏବଂ ପାନୀୟ ଜଳ ବିତରଣ ବ୍ୟବସ୍ଥା, ଭକ୍ତ ଙ୍କ ନିମନ୍ତେ ମାଗଣା ପ୍ରସାଦ ସେବନ ବ୍ୟବସ୍ଥା, ଭଜନ ପରିବେଷଣ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଉତ୍ତମ ଭାବେ କରାଯାଇଥିଲା । ଗାୟତ୍ରୀ ପରିବାର, ସତ୍ୟସାଇ ସେବା ସଂଗଠନ, ଆଦିତ୍ୟ ବାହିନୀ , ଓ ଅନ୍ୟାନ୍ୟ ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା ମାନେ ପୋଲିସ ସହ ସମନ୍ୱୟ ରକ୍ଷାକରି ମହାବିଷୁବ ପଣା ସଂକ୍ରାନ୍ତି କୁ ଶୃଙ୍ଖଳିତ ଭାବେ ପରିଚାଳିତ କରିଥିବା ବେଳେ ଏହି ପଣା ସଂକ୍ରାନ୍ତି ଉତ୍ସବକୁ ତାରିଣୀ ଠାକୁରାଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ ନେତୃତ୍ୱରେ ଏହି ଉତ୍ସବ ଆଗେଇ ଚାଲିଛି । ପ୍ରକାଶ ଯୋଗ୍ୟ ଯେ ଘଟଗାଁ ମା ତାରିଣୀ ଙ୍କ ପୀଠରେ ଆଜକୁ ୮୩ ବର୍ଷ ଧରି ପାଳିତ ହୋଇ ଆସୁଛି ଏହି ପର୍ବ l ପ୍ରତିବର୍ଷ ଏହି ପର୍ବ 7 ଦିନ ଧରି ପାଳିତ ହୋଇ ଆସୁଛି । ଚଳିତ ବର୍ଷ 9 ତାରିଖରୁ ଆରମ୍ଭ ହୋଇଛି ଏହି ମା ଙ୍କ ପର୍ବ । ଭକ୍ତ ମାନଙ୍କ ମୋନରଞ୍ଜନ୍ ନିମନ୍ତେ ଦିନବେଳା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ , ପାରମ୍ପରିକ ଗୀତ ନୃତ୍ୟ,ସହିତ ରାତ୍ରବେଳା ପ୍ରବଚନ ଓ ବାଦୀ ପାଲା ଅନୁଷ୍ଠିତ ହେଉଅଛି ।

LEAVE A REPLY

Please enter your comment!
Please enter your name here