Thursday, April 25, 2019
Home ଅପରାଧ ୫ ଦିନ ଭିତରେ ଅଭିଯୁକ୍ତଙ୍କୁ ଗିରଫ କର।ଯିବ:କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ

୫ ଦିନ ଭିତରେ ଅଭିଯୁକ୍ତଙ୍କୁ ଗିରଫ କର।ଯିବ:କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ

0
93

ଭୁବନେଶ୍ୱର: ଖୋର୍ଦ୍ଧାରେ ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ହତ୍ୟା ମାମଲାର ତଦନ୍ତ କରିବେ କେନ୍ଦ୍ରାଞ୍ଚଳ ଆଇଜି । କଟକ ସାଇବର ସେଲ୍ ଓ ସାଇଣ୍ଟିଫିକ୍ ଟିମ୍ ସହାୟତରେ ଏହି ଘଟଣାର ତଦନ୍ତ କରାଯିବ । ତେବେ ତଦନ୍ତର ତଦାରଖ କରିବାର ଭାର ନେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ପୋଲିସର ୪ଟି ଟିମ୍ ମଧ୍ୟ ଏହି ଘଟଣାର ତଦନ୍ତରେ ନିୟୋଜିତ ହେବେ । ଏପ୍ରିଲ ୨୦ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଏସପି ପ୍ରତିଶୃତି ଦେଇଛନ୍ତି ।

ଗତକାଲି ରାତିରେ ଘଟିଥିବା ଏହି ହତ୍ୟାକାଣ୍ଡରେ ଉତ୍ତେଜିତ ହୋଇ ବିଜେପି କର୍ମୀ ୮ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ । ଏସପିଙ୍କ ପ୍ରତିଶୃତି ପରେ ଟାଉନ ଥାନା ଆଗରୁ ବିଜେପି କର୍ମୀମାନେ ଧାରଣାରୁ ଓହରିଛନ୍ତି ।

LEAVE A REPLY

Please enter your comment!
Please enter your name here