ଆସନ୍ତାକ।ଲି ଭୁବନେଶ୍ବରରେ ମୋଦି କରିବେ ରୋଡ଼ ସୋ

0
52

ଭୁବନେଶ୍ୱର : ଆସନ୍ତା କାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାବାସୀଙ୍କୁ ନିଜ ଦଳ ଆଡକୁ ଆକୃଷ୍ଟ କରିବା ପାଇଁ ମୋଦି ରାଜଧାନୀରେ କରିବେ ରୋଡ ସୋ । ଏ ନେଇ ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ପକ୍ଷରୁ ଯାତାୟାତ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ତେବେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ବରମୁଣ୍ଡା ପର୍ଯ୍ୟନ୍ତ ରୋଡ ଶୋ କରିବେ ମୋଦି । ମୋଦିଙ୍କ ଏହି ରୋଡ ସୋ ପାଇଁ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ ନିୟମରେ ପରିବର୍ତ୍ତନ କରାଯାଇଛି । ତେବେ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଖୋର୍ଦ୍ଧାପଟୁ ଭୁବନେଶ୍ୱର ଆସୁଥିବା ଭାରି ଯାନ ପିତାପଲ୍ଲୀ ଛକରେ ପାର୍କ ହେବାକୁ ଥିବା ବେଳେ କଟକରୁ ଭୁବନେଶ୍ୱର ଆସୁଥିବା ଯାନ ମଙ୍ଗୁଳି ଛକ ନିକଟରେ ରହିବ ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି । ସେହିପରି କଟକରୁ ଭୁବନେଶ୍ୱର ଆଡକୁ ଆସୁଥିବା ଚାରି ଚକିଆ କିମ୍ବା ଦୁଇ ଚକିଆ ଯାନ ବାଲିକୁଦା ଛକରୁ ପିତାପଲ୍ଲୀ ଛକ, ବାରଙ୍ଗ ଓ ଚନ୍ଦକା ଦେଇ ଆସିବ ବୋଲି କୁହାଯାଇଛି । ଅନ୍ୟପଟେ କଟକରୁ ଭୁବନେଶ୍ୱର ଆସୁଥିବା ପାସେଞ୍ଜର ବସ ୧୬ ନମ୍ବର ଜାତୀୟ ରାଜପଥ ଫ୍ଲାଏ ଓଭର ଓ ଖଣ୍ଡଗିରି ଛକ ଦେଇ ବରମୁଣ୍ଡା ବସ ଷ୍ଟାଣ୍ଡକୁ ଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here