ଛୁଆ ଚୋରୀ ଅଭିେଯୋଗରେ ଜଣେ ଅଟକ

0
81

ସୁବର୍ଣ୍ଣପୁର:(ଶରତ ମହାପାତ୍ର) ଛୁଆ ଚୋରୀ ଅଭିେଯୋଗରେ ଜଣେ ଯୁବକକୁ ଅଟକ ରଖିଛି ବୀରମହାରାଜପୁର ପୋଲିସ । ଗତକାଲି ବିଳମ୍ବିତ ରାତ୍ରୀରେ ଛୁଆ ଚୋରି ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଯାଲୋଏ ପଂଚାୟତ ପାତ୍ରପାଲି ଗାଁରେ ଘଟିଛି ଏହି ଘଟଣା । ଗାଁର ଦେବରାଜ ପାତ୍ରଙ୍କ 3 ବର୍ଷର ଛୁଆ ନିଜର ମା ବାପା ଙ୍କ ସାଙ୍ଗରେ ଘର ବାହାରେ ଶୋଇଥିବାବେଳେ ଭେଡେନ ଥାନା ଖଇରଝିର୍ଡି ଗାଁର ତରଣୀ ବିଶ୍ୱାଳ ଉଠାଇ ନେଉଥିଲା। ତେବେ ଛୁଆଟି କାନ୍ଦିବାରୁ ତାର ମା ନିଦରୁ ଉଠି ପାଟି କରିବାରୁ ଗ୍ରାମବାସୀ ଯୁବକକୁ କାବୁ କରିନେଇଥିଲେ । ପରେ ଗ୍ରାମବାସୀ ଯୁବକକୁ ବୀରମହାରାଜପୁର ପୋଲିସର ଜିମା ଦେଇଥିଲେ । ପୋଲିସ ଯୁବକକୁ ଅଟକରଖି ତଦନ୍ତ ଜାରୀ ରଖିଛି । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here