Thursday, April 25, 2019
Home ରାଜନୀତି ଆଉ ପ୍ରଧାନମନ୍ତ୍ରୀ ହେବ।କୁ ମୋଦି ଯୋଗ୍ୟ ନୁହଁ:ନବୀନ ପଟ୍ଟନାୟକ

ଆଉ ପ୍ରଧାନମନ୍ତ୍ରୀ ହେବ।କୁ ମୋଦି ଯୋଗ୍ୟ ନୁହଁ:ନବୀନ ପଟ୍ଟନାୟକ

0
341

ଭୁବନେଶ୍ୱର :ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ୨୦୧୪ରେ ସିନା ମୋଦି କ୍ଷମତାକୁ ଆସିଲେ । ମାତ୍ର ଦ୍ୱିତୀୟ ଥର ପାଇଁ ସେ କ୍ଷମତାକୁ ଆସିପାରିବେ ନାହିଁ । କାରଣ ତାଙ୍କ ଶାସନ କାଳରେ କୌଣସି ବିଭାଗରେ ବିକାଶ କି ଉନ୍ନତି ହୋଇନାହିଁ । ସେଥିପାଇଁ ତାଙ୍କୁ ଜନତା ଆଉ ସମର୍ଥନ କରିବେ ନାହିଁ ଏବଂ ତାଙ୍କ ପାଖରେ ଯୋଗ୍ୟତା ମଧ୍ୟ ନାହିଁ ପୁଣି ଶାସନ ଗାଦିରେ ବସିବାକୁ । ଏଭଳି ପ୍ରତିକ୍ରିୟା ଦେଇ ନବୀନ ସିଧା ମୋଦିଙ୍କୁ ବାଣ ମାରିଛନ୍ତି । ଅନ୍ୟପଟେ ନିର୍ବାଚନର ଫଳାଫଳ ପ୍ରକାଶ ପରେ ଓଡିଶାର ଦାବିକୁ ସମର୍ଥନ କରୁଥିବା ଯେ କୌଣସି ଦଳକୁ ବିଜେଡି ଲୋକସଭାରେ ସମର୍ଥନ କରିବ ବୋଲି ନବୀନ କହିଛନ୍ତି

LEAVE A REPLY

Please enter your comment!
Please enter your name here