Thursday, April 25, 2019
Home Breaking News ବିଜେଡ଼ିରେ ନୂଆ ନିଯୁକ୍ତି

ବିଜେଡ଼ିରେ ନୂଆ ନିଯୁକ୍ତି

0
202

ଭୁବନେଶ୍ୱର: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ପାଇଁ ନୂଆ ନିଯୁକ୍ତି ଦେଇଛନ୍ତି । ଭୁବନେଶ୍ୱର-ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ କୁମାର ମହାନ୍ତିଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ସହ ଭବନେଶ୍ୱର ସାଂଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି । ସେହିପରି ପ୍ରମୋଦ କିଶୋର ଜେନା ଏବଂ ଶାରଦା ପ୍ରସନ୍ନ ଜେନାଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ, ଦେବୀ ପ୍ରସାଦ ଭୂତିଆ, ହର୍ଶବର୍ଦ୍ଧନ ସିଂଦେଓ, ଶଶୀ କୁମାର ସାହୁଙ୍କୁ ବିଜେଡି ରାଜ୍ୟ ସମ୍ପାଦକ, ଦୁର୍ଗା ସାମନ୍ତରାୟଙ୍କୁ ବିଜେଡି ରାଜ୍ୟ ସଂପାଦକ ସହ ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି । ସେହିପରି ବିଜେଡି ରାଜ୍ୟ ସଂପାଦକ ସୁଧୀର କୁମାର ଦାସଙ୍କୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି । ବାଲେଶ୍ୱର ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ଭାବେ ସୁସିଲ ରାୟଙ୍କୁ ନିଯୁକ୍ତି ମିଳିଥିବା ବେଳେ ବାଲେଶ୍ୱର ଜିଲ୍ଲା ବିଜେଡିର ଉପ-ସଭାପତି ଭାବେ ଭୁବନାନନ୍ଦ ଦାସ, ଗିରିଶ ଚନ୍ଦ୍ର ଦାସ, ଜିଲ୍ଲା ସଂପାଦକ ଭାବେ ମନୋଜ କୁମାର ରାଉତ, ଆଶିଷ ଘୋଷ ଏବଂ ଅରୁଣ ଚାଟାର୍ଜୀଙ୍କୁ ନିଯୁକ୍ତି ଦେଇଛନ୍ତି । ବିଜେଡି ରାଜ୍ୟ ଉପ-ସଭାପତି ଭାବେ ଲୋହିତ କୁମାର ମହାନ୍ତିଙ୍କୁ ନିଯୁକ୍ତି ମିଳିଛି । ଅନ୍ୟପଟେ ପୂର୍ବତନ ଦେବଗଡ ବିଧାୟକ ଶ୍ରୀ ସଂଜୀବ କୁମାର ପ୍ରଧାନଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରାଯାଇଛି ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here