ଜାଲିଆନା ୱାଲାୱାଗ ହତ୍ୟାକାଣ୍ଡକୁ ୧୦୦ ବର୍ଷ ପୂର୍ତି

0
34

ନୂଆଦିଲ୍ଲୀ,: ୧୯୧୯ ମସିହା ଅପ୍ରେଲ ୧୩ ଦିନ ହୋଇଥିବା ଜାଲିଆନା ୱାଲାୱାଗ ହତ୍ୟାକାଣ୍ଡକୁ ୧୦୦ ବର୍ଷ ପୂର୍ତି ହୋଇଛି । ଏହି ଘଟଣାର ୨୧ ବର୍ଷ ପରେ ପ୍ରତିଶୋଧ ନେଇଥିଲେ ଏହି ବୀର ଭାରତୀୟ ସନ୍ତାନ- ଆଜି ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅମୃତସର ସ୍ଥିତ ଜାଲିଆନା ୱାଲାୱାଗ ମେମୋରିୟାଲରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏହି ସମୟରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏବଂ ପଞ୍ଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ମଧ୍ୟ ଉପସ୍ଥିତ ରହିଛନ୍ତି ।
ରାତିରେ ମଧ୍ୟ ରାହୁଲ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କରିବେ । ଏହି ଅବସରରେ ସେଠାରେ ଏକ ଶତାବ୍ଦୀ ସମାରୋହର ଆୟୋଜନ କରାଯାଇଛି ।

୧୦୦ ବର୍ଷ ପୂର୍ବେ ଅପ୍ରେଲ ୧୩ ୧୯୧୯ ଭାରତ ପାଇଁ ଏକ କଳା ଦିନ ଥିଲା । ଦୁଇ ସ୍ବାଧୀନତା ସଂଗ୍ରାମୀଙ୍କୁ ବ୍ରିଟିଶ ସରକାର ଗିରଫ କରିବା ଏବଂ ରାଓଲତ ଆକ୍ଟ ପ୍ରତିବାଦରେ ପାଖାପାଖି ୨୦ ହଜାର ଭାରତୀୟ ଅମୃତସର ସ୍ୱର୍ଣ୍ଣ ମନ୍ଦିର ନିକଟବର୍ତୀ ଏକ ବୃହତ୍ତ ପାର୍କ ଜାଲିଆନୱାଲା ବାଗରେ ଏକତ୍ର ହୋଇ ଶାନ୍ତିପୂର୍ଣ୍ଣ ଭାବେ ସଭା କରୁଥିଲେ। ଏହି ସମୟରେ ଜେନେରାଲ ଡାୟର ବ୍ରିଟିଶ ସୈନ୍ୟବାହିନୀ ସହ ପହଞ୍ଚି ବାଗ ସହରରୁ ବାହାରକୁ ବାହାରିବା ରାସ୍ତା ବନ୍ଦ କରି ଭାରତୀୟଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ପ୍ରାୟ ୧୦୦ ଜଣ ସୈନିକଙ୍କ ସହ ସେ ସେଠାରେ ପହଂଚିଥିଲେ ଏବଂ ୧୦ ମିନିଟ ପର୍ଯ୍ୟନ୍ତ ଆଖିବୁଜା ଗୁଳି ଚାଳନା କରିଥିଲେ । ଜୀବନ ବଞ୍ଚାଇବାକୁ ଯାଇ ନିକଟରେ ଥିବା କୂଅକୁ ଅନେକ ବ୍ୟକ୍ତି ଡେଇଁପଡ଼ିଥିଲେ। ପରେ ସେହି କୂଅରୁ କେବଳ ୧୨୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସେହି ସମୟରେ ସେଠାରୁ ବାହାରକୁ ବାହାରିବା ରାସ୍ତା ସଙ୍କୁଚିତ ଥିବାରୁ ବହୁ ଲୋକ ଦଳାଚକଟାରେ ପ୍ରାଣ ହରାଇଥିଲେ । ଏହି ଘଟଣାରେ ୧୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । କିନ୍ତୁ ବ୍ରିଏଥିରେ ୩୭୯ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ବ୍ରିଟିଶ ସରକାରଙ୍କ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here