ନବନିର୍ମାଣ କୃଷକ ସଂଗଠନ ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ଘେରାଉ

0
85

ଭୁବନେଶ୍ୱର: ଆଜି ନବନିର୍ମାଣ କୃଷକ ସଂଗଠନ ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ବା ସିଇଓ ଅଫିସ ଘେରାଉ କରାଯାଇଛି । ଚାଷୀ ମାନେ ପୋଲିସ ବ୍ୟାରିକେଡ଼ ଠାରୁ ବାହାରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ ।ପୋଲିସ ବାଧା ଦେବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ୬୦ରୁ ଉର୍ଦ୍ଧ ଚାଷୀଙ୍କୁ ପୋଲିସ ଗିରଫ କରିଛି । ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଚାଷୀଙ୍କ ବିଭିନ୍ନ ଦାବି ପୂରଣ କରୁନଥିବା ଅଭିଯୋଗରେ ସେ ଆଜି ରାଜରାସ୍ତାକୁ ଓହ୍ଳାଇଛନ୍ତି । ଏବଂ ଆସନ୍ତା କାଲି ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here