ବରଯାତ୍ରୀ ବସରେ ଶୋଇଥିବା ଅବସ୍ଥାରେ ଜଳିଗଲେ ଯୁବକ

0
126

କେନ୍ଦୁଝର:(ରୁଦ୍ର ପ୍ରସାଦ ବେହେରା ) ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ଅଞ୍ଚଳରେ ଏକ ବରଯାତ୍ରୀ ବସ୍ ଜଳିଯାଇଛି । ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଗାଡିଟି ବରଯାତ୍ରୀରୁ ଫେରିବା ପରେ ଗାଡିରେ ନିଆଁ  ଲାଗିଥିଲା ସୂଚନା ମିଳିଛି । ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ଘଟଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗତକାଲି ବିଳମ୍ବିତ ରାତିରେ ସାନ୍ତରାପୁର ଗ୍ରାମରୁ ଏକ ବସ ବରଯାତ୍ରୀଙ୍କୁ ନେଇ କନ୍ୟା ଘରକୁ ଯାଇଥିଲା । ବରଯାତ୍ରୀଙ୍କୁ ଛାଡି ବସଟି ରାସ୍ତା କଡରେ ଛିଡା ହୋଇଥିବା ବେଳେ ସେଥିରେ ଜଣେ ଯୁବକ ଶୋଇପଡିଥିଲେ । ହଠାତ୍ ସେହି ବସରେ ନିଆଁ ଲାଗିଯିବା କାରଣରୁ ଯୁବକ ଜଣକ ଜୀବନ୍ତଦଗ୍ଧ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ କେଉଁ କାରଣରୁ ବସରେ ନିଆଁ ଲାଗିଥିଲା, ତାହା ଏବେବି ଅସ୍ପଷ୍ଟ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।

LEAVE A REPLY

Please enter your comment!
Please enter your name here