ର।ଜନୀତିରେ ସବୁକିଛି ସମ୍ଭବ ପ୍ରମ।ଣ କଲେ ଦ।ମ ର।ଉତ:ଧରିଲେ ପଦ୍ମ, ପିନ୍ଧିଲେ ଗେରୁଆ

0
121

ନୂଆଦିଲ୍ଲୀ, : ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପଦ୍ମ ପୋଖରୀରେ ଲମ୍ଫ ପ୍ରଦାନ କରିଛନ୍ତି ବରିଷ୍ଠ ନେତା ତଥା ପାରାଦ୍ୱୀପର ବିଧାୟକ ଦାମୋଦର ରାଉତ । ଦିଲ୍ଲୀ ଠାରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ଦାମ ବିଧିବଦ୍ଧ ଭାବେ ବିଜେପି ଦଳରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ପ୍ରଭାରୀ ଅରୁଣ ସିଂହ, ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ପ୍ରବକ୍ତା ବୈଜୟନ୍ତ ପଣ୍ଡା, ରାଜ୍ୟ ନେତା କନକ ବର୍ଦ୍ଧନ ସିଂଦେଓ ପ୍ରମୁଖଙ୍କ ଉପସ୍ଥିତିରେ ଦାମୋଦର ବିଜେପି ଦଳରେ ସାମିଲ ହୋଇଛନ୍ତି ।ବିଜେପିରେ ମିଶିବା ପରେ ଡାକ୍ତର ରାଉତ କହିଲେଯେ, ଶେଷରେ ବହୁ ମାନସିକ ତର୍ଜମା ପରେ ମୁଁ ବିଜେପିରେ ଯୋଗଦେଇଛି  । ମୁଁ ଜଣେ ବୁଢ଼ା ଲୋକ  । ୪୫ ବର୍ଷ ମୁଁ ସାଧାରଣ ଜୀବନରେ ରହିଛି  । ୩୫ ବର୍ଷ ଧରି ବିଧାୟକ ରହିଛି  । ୧୯୭୭ରୁ ମନ୍ତ୍ରୀ ମଧ୍ୟ ରହି ଆସିଥିଲି  । ୨୧ ବିଭାଗର ଦାୟିତ୍ୱରେ ରହିଛି  । ସ୍ୱର୍ଗତ ବିଜୁ ପଟ୍ଟନାୟକ ମୋତେ ରାଜନୀତିକୁ ଆଣିଥିଲେ  ।   ସେହିପରି ନବୀନ ପଟ୍ଟନାୟକଙ୍କ ଉପରେ ମଧ୍ୟ ସେ ବର୍ଷିଥିଲେ  । ଅନ୍ୟ ପଟେ କଂଗ୍ରେସ ମଧ୍ୟ ଦ।ମ ର।ଉତଙ୍କ ସହ ଯୋଗ।ଯୋଗରେ ଥିଲ। । ଆଜି ଦ।ମଙ୍କ ପୁଅ ସମ୍ବିତଙ୍କୁ ମଧ୍ୟ ନବୀନ ନୀବ।ସରେ ଦେଖି ବ।କୁ ମିଳିଥିଲା । ସେ ନିର୍ବାଚନ ଲଢିବ। ପ।ଇଁ ଆଶ।ୟୀ ଅଛନ୍ତି ବୋଲି କହିଥିଲେ । ଅନ୍ୟ ପଟେ ଦ।ମଙ୍କ ବିଜେପି ରେ ଯୋଗଦ।ନ ପରେ ର।ଜନୀତିରେ ସବୁକିଛି ସମ୍ଭବ ବୋଲି ସ।ଧ।ରଣରେ ଚର୍ଚ୍ଚା ହେଉଛି ।

 

 

 

 

LEAVE A REPLY

Please enter your comment!
Please enter your name here