ବିଜେଡି ଇସ୍ତାହାର କମିଟି ଘୋଷଣା କଲେ ନବୀନ ପଟ୍ଟନାୟକ

0
148

ଭୁବନେଶ୍ୱର: ଆଗକୁ ଥିବା ସାଧାରଣ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଇସ୍ତାହାର କମିଟି ଗଠନ କରି କମିଟି ସମ୍ପର୍କରେ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ସୂଚନା ମୁତାବକ କମିଟିର ଅଧ୍ୟକ୍ଷଭାବେ ବେଦପ୍ରକାଶ ଅଗ୍ରୱାଲ ନିଯୁକ୍ତ ହୋଇଥିବାବେଳେ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ମଙ୍ଗଳା କିଶାନ, ପଦ୍ମନାଭ ବେହେରା ଓ କସ୍ତୁରୀ ମହାପାତ୍ରଙ୍କୁ ଅଧ୍ୟକ୍ଷ ଭାବେ ବଛା ଯାଇଛି । ସେହିପରି କମିଟିରେ ଅନଙ୍ଗ ଉଦୟ ସିଂହଦେଓ, ଭର୍ତ୍ତୃହରି ମହତାବ, ଅଚୁ୍ୟତ ସାମନ୍ତ, ଅତନୁ ସବ୍ୟସାଚୀ, ସଞ୍ଜୟ ଦାଶବର୍ମା, ଅରୁଣ ସାହୁ, ସୁଦାମ ମାରାଣ୍ଡି, ରମେଶ ମାଝୀ, ସୁବାସ ସିଂହ, ନଳିନୀ ପ୍ରଧାନ, ନବ ଦାସ ଓ ରବି ନନ୍ଦ ପ୍ରମୁଖ ଉକ୍ତ କମିଟିରେ ମଧ୍ୟ ଅଛନ୍ତି ।

LEAVE A REPLY

Please enter your comment!
Please enter your name here