ପରିତ୍ୟକ୍ତ କୂଅରୁ ଯୁବକର ମୃତ ଦେହ ଉଦ୍ଧାର

0
39

ସୁବର୍ଣ୍ଣପୁର: (ଶରତ ମହାପାତ୍ର )ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ପୋଲିସ ପିପିଲିପାଲି ଗାଁର ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକର ମୃତ ଦେହ ଉଦ୍ଧାର କରିଛି ।ଆଜି କିଛି ଗାଁ ଲୋକେ କୂଅରେ ଏକ ମୃତ ଦେହ ଭାସୁଥିବାର ଦେଖିବାକୁ ପାଇଥିଲେ ।ପୋଲିସ ଖବର ପାଇ ମୃତ ଦେହଟିକୁ କୂଅ ଭିତରୁ କାଢିଥିଲେ ।ମୃତକ ଜଣକ ବୀରମହାରାଜପୁର ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲି ଗାଁର ସୁଶାନ୍ତ ନାଏକ ।ଗତ 10 ତାରିଖରେ ପିପିଲିପାଲି ଗାଁକୁ ଏକ ବରଯାତ୍ରୀ ଦଳରେ ସୁଶାନ୍ତ ଆସି ଆଉ ଘରକୁ ଫେରି ନ ଥିଲେ ।ବହୁତ ଖୋଜା ଖୋଜି କରିବା ପରେ ବି ତାଙ୍କର ପତ୍ତା ମିଳି ନ ଥିଲା ।ଆଜି କିନ୍ତୁ ପିପିଲିପାଲି ଗାଁର ହାରାଧନ ଖମାରୀଙ୍କ ବାଡି ପଟେ ଥିବା ଏକ କୂଅରେ ସୁଶାନ୍ତଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା ।ପୋଲିସ ଘଟଣାସ୍ଥଳକୁ ପହଂଚି ଏହା ଏକ ହତ୍ୟାକାଣ୍ଡ ହୋଇଥାଏ ପାରେ ବୋଲି ଅନୁମାନ କରୁଛି ।ଶବ କୂଅରୁ କାଢିବା ପରେ ବ୍ୟବଛେଦ ପାଇଁ ପୋଲିସ ବ୍ୟବସ୍ଥା କରୁଛି ।

LEAVE A REPLY

Please enter your comment!
Please enter your name here