କଂଗ୍ରେସର ହ।ତ ଛ।ଡିଲେ ଢେ଼ଙ୍କାନାଳର ବ।ବି ମିଶ୍ର

0
1352

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାଙ୍କ ଦଳ ବଦଳ ପ୍ରକ୍ରିୟା ସେତିକି ଯୋରରେ ବୃଦ୍ଧି ପାଇବାରେ ଲାଗିଛି । ପ୍ରଦିଦିନ ଅନେକ ନେତା ଦଳ ବଦଳ କରିବା ସହ ଦଳ ଉପରେ ଅସନ୍ତୁଷ୍ଟ ହୋଇ ଦଳ ପରିତ୍ୟାଗ ମଧ୍ୟ କରୁଛନ୍ତି । ଏହି କ୍ରମରେ ଆଜି କଂଗ୍ରେସ ଦଳ ପରିତ୍ୟାଗ କରିଛନ୍ତି ଢେଙ୍କାନାଳର କଂଗ୍ରେସ ନେତା ତଥା କଂଗ୍ରେସ ଦଳର ସମ୍ପାଦକ ବାବି ମିଶ୍ର । ଦଳ ତରଫରୁ ତାଙ୍କୁ ଅସହଯୋଗ କରାଯିବା ସହ ଦଳର ନେତା ମାନେ ତାଙ୍କୁ ଉପେକ୍ଷିତ କରିବା ଯୋଗୁ ଦଳ ଛାଡିଥିବା କଥା କହିଛନ୍ତି ସିଦ୍ଦେଶ୍ୱରୀ ମିଶ୍ର । ତେବେ ସେ ଆଉ କେଉଁ ଦଳରେ ଯୋଗ ଦେବେ କି ନାହିଁ ସେ ସମ୍ପର୍କରେ କୌଣସି ମତାମତ ଦେଇନାହାନ୍ତି ଉଲ୍ଲେଖଯୋଗ୍ୟଯେ ବାବି ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଥିଲେ ।

LEAVE A REPLY

Please enter your comment!
Please enter your name here