ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିଜେପିର ଟାର୍ଗେଟ

0
72

ଭୁବନେଶ୍ୱର: ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ମାମଲାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଛନ୍ଦି ହେଲେ । ଏକ ଅଡିଓକୁ ନେଇ ବିଜେପି ଚଳିତ ନିର୍ବାଚନରେ ଜେନାଙ୍କୁ ଅସିଦ୍ଧ ଘୋଷଣା କରିବାକୁ ଅଣ୍ଟା ଭିଡିଛି । ଚଳିତ ନାର୍ବାଚନ ପାଇଁ ତାରିଖ ଓ ଆଚରଣ ବିଧି ଘୋଷଣା ହେବା ପରେ ଜେନା ଗତ କାଲି ସାଲେପୁର ନିର୍ବାଚନୀ ମଣ୍ଡଳରେ ୩୫ ଲକ୍ଷ ଟଙ୍କା ଲାଞ୍ଚ ଜାଚିଥିବା ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି । ଏହାକୁ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବ ବିଜେପି ବୋଲି ମଧ୍ୟ ସମୀର କହିଛନ୍ତି ।

ଏକ ଅଡିଓରେ ପ୍ରତାପଙ୍କ ସ୍ୱର ଶୁଣାଯାଉଛି, ଯେଉଁଥିରେ ସେ କହିଛନ୍ତି, ଯେଉଁ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କୁ ଅଧିକ ଭୋଟ ମିଳିବ, ସେହି ପଞ୍ଚାୟତକୁ ବିଧାୟକ ପାଣ୍ଠୀରୁ ୩୫ ଲକ୍ଷ ଟଙ୍କା ଦିଆଯିବ । ଜିତାଇଥିବା ବୁଥକୁ ୧୫ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ବୋଲି ସେ ସଭାରେ ଘୋଷଣା କରିଥିବା ଶୁଣିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here