ନିର୍ବାଚନ ସମୟରେ ଭୋଟ ପାଇଁ ଟଙ୍କା କାରବାର ହେଉଥିଲେ ଟୋଲ ଫ୍ରି ନମ୍ବରରେ କଲ କରନ୍ତୁ

0
238

ଭୁବନେଶ୍ୱର: ନିର୍ବାଚନ ପାଇଁ  ରାଜ୍ୟରେ ନିର୍ବାଚନୀ  ଆଚରଣ ବିଧି ଆଇନ ଲାଗୁ ହୋଇଛି । ନିର୍ବାଚନକୁ କିପରି ସ୍ୱଚ୍ଛ ଅବାଧ ଓ ନିରପେକ୍ଷ କରାଯାଇପାରିବ  ସେନେଇ  ନିର୍ବାଚନ ଆୟୋଗଙ୍କ ନିର୍ଦେଶରେ  ନିର୍ବାଚନ ସମୟରେ ହେଉଥିବା ଟଙ୍କା କାରବାର ରୋଜିବା ପାଇଁ ଆୟକର ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି | ରାଜ୍ୟ ଆୟକର ଭବନରେ ଦିନରାତି ୨୪ ଘଣ୍ଟିଆ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ ସହ ଟୋଲ ଫ୍ରି ନମ୍ବର ବ୍ୟବସ୍ଥା ହୋଇଛି । ନିର୍ବାଚନ ଉଦ୍ଦେଶ୍ୟରେ ଯଦି କେଉଁଠି ଟଙ୍କା କାରବାର ହେଉଥାଏ, ତା’ହେଲେ ସଂପୃକ୍ତ ନମ୍ବରରେ ଫୋନ୍ କରିବାକୁ ଅନୁରୋଧ କରାଯାଇଛି |ଟୋଲ ଫ୍ରି ନମ୍ବରଟି ହେଲା ୧୮୦୦-୩୪୫-୭୧୬୦। ଏ ନେଇ  ଲୋକମାନେ କିପରି ସଚେତନ ହୋଇପାରିବେ  ସେ ନେଇ  ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here