ମାସୁଦ ଆତଙ୍କବାଦୀକୁ “ଜୀ” ବୋଲି ସମ୍ବୋଧନ କରି ଅଡୁଆରେ ରାହୁଲ

0
146

ନୂଆଦିଲ୍ଲୀ: କଥାରେ ଅଛି ଧନୁରୁ ଖସିଥିବା ତୀର ଓ ପାଟିରୁ ଖସିଥିବା କଥା କେବେ ଫେରେନାହିଁ । ଏହିଭଳି ବାର୍ତ୍ତାରେ ଫସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ପୁଲୱାମା ଆକ୍ରମଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୁରକ୍ଷା ପରାମର୍ଶଦାତା ଅଜିତ ଡ଼ୋଭାଲଙ୍କୁ ସମାଲୋଚନା କରିଲାବେଳେ ତାଙ୍କ ପାଟିରୁ ଆତଙ୍କବାଦୀ ମାସୁଦ ଆଝାହର ଜୀ ବୋଲି କହି ଫସିଛନ୍ତି ରାହୁଲ । ସୂଚନା ଅନୁସାରେ ଦିଲ୍ଲୀରେ ବୁଥ ଅଧ୍ୟକ୍ଷଙ୍କ ସମ୍ମିଳନୀରେ ସମ୍ଭୋଧନା ବେଳେ ଓ ସୁରକ୍ଷା ପରମର୍ଶଦାତାଙ୍କୁ ଆକ୍ଷେପ କରି କହିବା ବେଳେ ପୁଲୱାମା ଆକ୍ରମଣରେ ଯବାନଙ୍କ ବସରେ କିଏ ବୋମା ମାଡ଼ କରିଥିଲା ସେତେବେଳେ ମାସୁଦ ଆଝାହାର ଜୀ ବୋଲି କହି ସମ୍ବୋଧନ କରିଥିଲେ । ସମ୍ବୋଧନା କରିଥିବା ବେଳେ ଏହି ଭିଡ଼ିଓକୁ ଟୁଇଟ କରି ବିଜେପି ନେତା କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଯାହା ଯୋଗୁଁ ଆମ ୪୦ ଜଣ ଯବାନ ସହିଦ ହୋଇଛନ୍ତି ତା ପାଇଁ ରାହୁଲଙ୍କର କେତେ ସମ୍ମାନ । ଏଥିରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଟୁଇଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here