ବାହାଘର ବେଳେ ଅଗ୍ନିକାଣ୍ଡ

0
56

ସୁବର୍ଣ୍ଣପୁର:(ଶରତ ମହାପାତ୍ର )ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଳକ ମୟୁର ଉଡାନ ଗାଁରେ ବାହାଘର ବେଳେ ଅଗ୍ନିକାଣ୍ଡ ହୋଇ ଦୁଇ ବଖରା ଘର ପୋଡି ନଷ୍ଟ ହୋଇଯାଇଛି ।ବାହାଘର ପାଇଁ ମିଠା ତିଆରି କରୁଥିବା ବେଳେ ହଠାତ ଚୁଲିରୁ ଚାଳରେ ନିଆ ଲାଗି ଯାଇଥିଲା ।ଉପସ୍ଥିତ ଲୋକେ ଦମକଳକୁ ଖବର ଦେବା ସହିତ ନିଆଁ ଲାଗିଥିବା ଘରେ ପାଣି ଢାଳି ଲିଭାଇବାକୁ ଚେଷ୍ଟା କରିଥିଲେ ।କିଛି ଯୁବକ ପଡୋଶୀ ଚାଳଘର ଗୁଡିକର ଚାଳ ହଟାଇ ଦେଇଥିଲେ ।ପୁଅ ବାହାଘର ଚାଲିଥିବା ବେଳେ ଜୟ ସିଂ ଦୀପଙ୍କର ଘରେ ମିଠା ତିଆରି ଚାଲିଥିଲା ।ସୋନପୁରରୁ ଦମକଳ ଗାଡି ଯାଇ ନିଆଁକୁ ଆୟତ୍ତ କରିଥିଲା ।ଦମକଳ ପହଂଚିବା ଭିତରେ ଜୟ ସିଂ ଦୀପଙ୍କର ଦୁଇ ବଖରା ଘର ପୋଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ବାହାଘର ପାଇଁ ରଖିଥିବା ଲକ୍ଷାଧିକ ଟଂକାର ସଂପତ୍ତି ପୋଡି ପାଉଁଶ ହୋଇ ଯାଇଛି ।

LEAVE A REPLY

Please enter your comment!
Please enter your name here