ନରେନ୍ଦ୍ର ମୋଦି,ନବୀନ ପଟ୍ଟନାୟକ ଆଉ କେତେଥର କ୍ଷମତାରେ ରହିବାକୁ ଚାହୁଁଛନ୍ତି ?ତଥାଗତ ସତପଥୀ

0
471

ଭୁବନେଶ୍ୱର :ନରେନ୍ଦ୍ର ମୋଦି,ନବୀନ ପଟ୍ଟନାୟକ ଆଉ କେତେଥର କ୍ଷମତାରେ ରହିବାକୁ ଚାହୁଁଛନ୍ତି ?ବିଜେଡି ସାଂସଦ ତଥାଗତ ସତପଥୀ ‘ମୁମ୍ବାଇ ମିରର’କୁ ସାକ୍ଷାତକାର ଦେଇ ଏଭଳି କହିଛନ୍ତି |ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସର ନେଇଯିବା ଉଚିତ । ଯୁବ ନେତାମାନଙ୍କୁ ବାଟ ଛାଡ଼ିବା ଦରକାର । ନରେନ୍ଦ୍ର ମୋଦି ବହୁଥର ମୁଖ୍ୟମନ୍ତ୍ରୀ ଓ ଥରେ ପ୍ରଧାନମନ୍ତ୍ରୀ ହେଲେଣି । ଅନ୍ୟପଟେ ଓଡିଶାରେ ନବୀନ ପଟ୍ଟନାୟକ ୪ ଥର ମୁଖ୍ୟମନ୍ତ୍ରୀ ହୋଇସାରିଲେଣି । ଏମାନେ ଏବେ କ୍ଷମତା ରୁ ଓହରି ନୂତନ ଯୁବ ନେତୃତ୍ୱଙ୍କୁ ସୁଯୋଗ ଦେବା ଆବଶ୍ୟକ ବୋଲି ତଥାଗତ ସତପଥୀ କହିଛନ୍ତି |

ତଥାଗତ ଆଉ ରାଜନୀତି ନକରି ସାମ୍ବାଦିକତା ଉପରେ ମନଦେବେ ବୋଲି କହିଛନ୍ତି । ସେ ନିଜ ଇଚ୍ଛାରେ ରାଜନୀତି ଛାଡ଼ୁଛନ୍ତି । ତାଙ୍କ ଟିକେଟ କାଟିବାର ଦମ କାହାର ନଥିଲା । ସେ ଥିଲେ ପ୍ରଫୁଲ୍ଲ ମଲ୍ଲିକ କି ନିଧି ସାମଲଙ୍କୁ ଟିକେଟ ଦେଇଥା’ନ୍ତେ କି ବୋଲି ତଥାଗତ ଓଲଟା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତିଯେ, ତାଙ୍କର ଗୋଟିଏ ଚାପ, ପୁଅ ଚାପ । ଘରେ ରୁହ, ସାମ୍ବାଦିକତା କର ବୋଲି ପୁଅ କହିଲା । ତେଣୁ ସେ ରାଜନୀତି ଛାଡ଼ିବାକୁ ନିଷ୍ପତି ନେଇଛନ୍ତି । ଓଡ଼ିଶାରେ ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକଙ୍କର ଅଭାବ ଅଛି | ସେ ଅନ୍ୟ କୌଣସି ଦଳକୁ ଯିବେ ନାହିଁ ବୋଲି ମଧ୍ୟ କହିଛନ୍ତି |

LEAVE A REPLY

Please enter your comment!
Please enter your name here