ନରେନ୍ଦ୍ର ମୋଦି ଯଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ତେବେ ଆମେ ସମସ୍ତେ ତାଙ୍କୁ ସମର୍ଥନ କରିବୁ : ଖାରବେଳ ସ୍ୱାଇଁ

0
1449

 

ଭୁବନେଶ୍ୱର : ଓଟିଭି ଫୋରସାଇଟରେ ଯୋଗଦେଇ ଉତ୍କଳଭାରତ ସଭାପତି ଐର ଖାରବେଳ ସ୍ୱାଇଁ କହିଛନ୍ତି ଯେ ନରେନ୍ଦ୍ର ମୋଦି ଯଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ତେବେ ଆମେ ସମସ୍ତେ ତାଙ୍କୁ ସମର୍ଥନ କରିବୁ | ରାଜ୍ୟର ଆଉ ଏକ ଆଂଚଳିକ ଦଳର ଆବଶ୍ୟକତା ରହିଛି ବୋଲି ମଧ୍ୟ ଖାରବେଳ କହିଛନ୍ତି । ତେବେ ସଂକଟଟି ହେଉଛି ଯେଉଁମାନେ ଆଂଚଳିକ ଦଳ ଗଠନ କରିବାକୁ ଚିନ୍ତା କରୁଛନ୍ତି ସେମାନେ ସମସ୍ତେ ନେତୃତ୍ୱ ନେବାକୁ ଚାହୁଁଛନ୍ତି । କେବଳ ମୋ ନେତୃତ୍ୱରେ ହିଁ ଦଳ ଚାଲିବ ବୋଲି କହୁଛନ୍ତି । ଖାଲି ସେତିକିନୁହେଁ ସେମାନେ ଅନ୍ୟକୁ ନିଜର ବନ୍ଧୁ ନଭାବି ଅଧସ୍ତନ ବୋଲି ଭାବୁଛନ୍ତି । ଯେଉଁଥିପାଇଁ ନୂତନ ଆଂଚଳିକ ଦଳ ଗଠନରେ ବାଧକ ସୃଷ୍ଟିହେଉଛି । ସେହିପରି ଓଡ଼ିଶାର ବିକାଶ ପାଇଁ ମୋଦି ବହୁତ ଅର୍ଥ ଦେଉଛନ୍ତି ବୋଲି କୁହାଯାଉଛି । ମୋଦିଙ୍କ ହାୱାରେ ବିଜୟୀ ହେବାର ପ୍ରୟାସ କରାଯାଉଛି । ଯଦି ମୋଦି ଓଡ଼ିଶାକୁ ଏତେ ଭଲ ପାଉଛନ୍ତି ତେବେ ସେ ଦିଲ୍ଲୀ ଛାଡ଼ି ଓଡ଼ିଶା ଆସିପାରିବେ କି ? ଯଦି ମୋଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ଆମେ ସମର୍ଥନ କରିବାକୁ ପ୍ରସ୍ତୁତ ବୋଲି ଖାରବେଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here