ଯ।ତ୍ର। ସଚ୍ଚିଦାନନ୍ଦ: ଆକୃଷ୍ଟ ନ। କ।ହ। ବ।ଧ୍ୟ ବ।ଧକତ।ରେ ଦର୍ଶକଙ୍କ କ।ନ କ।ମୁଡିଲେ ର।ଣୀ

0
1752

 

ଭୁବନେଶ୍ବର: ସବୁ ବର୍ଷ ପରି ଏ ବର୍ଷ ଜମୁଥିଲା ଖଣ୍ଡଗିର ମେଳା। ଦର୍ଶକମାନଙ୍କୁ ଆକୃଷ୍ଟ ପାଇଁ ଯାତ୍ରା ପାର୍ଟିଗୁଡିକ ଆପଣାଉଛନ୍ତି ନୂଆ ନୂଆ ତରିକା। ଏ ବର୍ଷ ବି ସେପରି କିଛି ଆଇଟମ ଡ୍ଯାନ୍ସର ବ୍ଯବସ୍ଥା କରିଥିଲେ ସଚ୍ଚିଦାନନ୍ଦ ଅପେରା ପାର୍ଟିର ପରିଚାଳକ।ଯାତ୍ରା ପାର୍ଟିର  ଆଇଟମ କୁଇନ ନାମରେ ପରିଚିତ ରାଣୀ ଥିଲେ ମୁଖ୍ୟ ଆକର୍ଷକ। ପେଣ୍ଡାଲ ଉପରେ ଅନ୍ତଃ ବସ୍ତ୍ର ବଦଳାଇ ଦର୍ଶକମାନଙ୍କୁ ଉତ୍ତେଜକ କରିଥିବାର ନଜର ଆସିଲେ ନାୟିକା ଜଣକ।ଉତ୍ତେଜକ ଅଶ୍ଳୀଳ ନୃତ୍ୟ ପାଇଁ ଯେତିକି ନାମ କମାଇଛନ୍ତି  ଦର୍ଶକ ଗହଳକୁ ଯାଇ କାନ କାମୁଡି ଚହଳ ପକାଇଛନ୍ତି ଯାତ୍ରା ଦୁନିଆରେ । କଳାକାର ନିଜ ଇଛାରେ ଏପରି କରୁଛନ୍ତି ନା ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସେମାନଙ୍କୁ ବାଧ୍ୟ କରାଯାଉଛି । ଦେଖିବାକୁ ଗଲେ କୌଣସି ନାରୀ ନିଜର ଇଛାରେ ଏପରି କରନ୍ତି ନାହିଁ । ତେଣୁ ସନ୍ଦେହ ଘେରକୁ ଯାତ୍ରା ପାର୍ଟିର ମାଲିକ ଆସୁଛନ୍ତି । ସଚ୍ଚିଦାନନ୍ଦର ମାଲିକାନା ସହ ସଂଶ୍ଳିଷ୍ଟ ଅଛନ୍ତି ଶିଶୁ ଅନନ୍ତ ଟ୍ରଷ୍ଟ । ଶିଶୁ ଅନନ୍ତ ଟ୍ରଷ୍ଟ କାହାର?
ଶିଶୁ ଅନନ୍ତ ଆଶ୍ରମର ହର୍ତ୍ତାକର୍ତ୍ତା  ସମାଜ ସଂସ୍କାରକ, ପରିବେଶ ପ୍ରେମୀ ପୂଜ୍ଯ ପୂଜକ ବାବା ବଳିଆ ସମାଜକୁ ଏ ଅଶ୍ଲୀଳ ନୃତ୍ୟ ମାଧ୍ୟମରେ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି?  ପୂର୍ବରୁ ସୁର ସାରଥି ପରି ସେପରି କିଛି କୁଶ୍ଚିତ କାର୍ଯ୍ଯ ବାବାଙ୍କ ନାମରେ ଶୁଣିବାକୁ ମିଳେ ନାହିଁ । ବାବାଙ୍କର ବହୁତ ଅନୁଗାମୀ ଅଛନ୍ତି । ସନ୍ଧ୍ଯା ସକାଳରେ ଟିଭିରେ ବାବା ସୁନ୍ଦର ସୁନ୍ଦର କଥା କୁହନ୍ତି । ପ୍ରଶ୍ନ ଉଠୁଛି ଜଣେ ସୁନାମ ଧନ୍ଯ ବାବା ଯାତ୍ରା ପାର୍ଟି ମାଧ୍ୟମରେ ଏପରି ଅଶ୍ଳୀଳତାକୁ କିପରି ଅନୁମତି ଦେଇଛନ୍ତି । ଅନ୍ଯପଟେ ଏହି ଯ।ତ୍ର।କୁ ବିରୋଧ କରି କଳିଙ୍ଗ ସେନା ପକ୍ଷରୁ ଖଣ୍ଡଗିରି ଥ।ନ।ରେ ଏତଲା ଦିଆଯାଇଛି । ଏପଟେ ଆଜି ଏହ।ର ଅନ୍ତିମ ସଂନ୍ଧ୍ୟା ହୋଇଥିବ।ରୁ ଏନେଇ ପୋଲିସ ସକ୍ରିୟ ରହିବ ବୋଲି ସୂଚନା ଦେଇଛି । ଅନ୍ୟପଟେ ଯ।ତ୍ର। ଉପରେ ସେନସର ବୋର୍ଡ କ।ହିଁ କି ରହିବ ନ।ହିଁ ସେନେଇ ସ।ଧ।ରଣରେ ଆଲୋଚନା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here